୨୨ ବର୍ଷ ପରେ ମାଳିଯୁବାଙ୍ଗଠାରେ ପୋଡ଼ମରା ପର୍ବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେଉଁ ପୁରାତନ କାଳରୁ ଆଦିବାସୀମାନେ ନିଜର ଧରାଣୀପେନୁକୁ ପୂଜା କରିଆସୁଛନ୍ତି। ସେମାନେ ପ୍ରକୃତି ଉପାସନା ଉପରେ ବିଶ୍ୱାସ କରୁ ଥିବାବେଳେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି। ଏଥିରୁ ଅନ୍ୟତମ ଆଦିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ ବା ପୋଢମାର ପର୍ବ। ଏହି ପର୍ବ ପୌଷ ମାସରେ ହିଁ ପାଳନ କରିଥାନ୍ତି। ସେହି ଭଲି ଆଜି ୨୨ ବର୍ଷ ପରେ ପୋଢମରା ପର୍ବ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ଗାଁରେ। ଶାନ୍ତି ଶୃଙ୍ଖଳାର ସହିତ ଏହି ପାରମ୍ପରିକ ପର୍ବ ଉଦଯାପିତ ହୋଇଯାଇଛି। ଏନେଇ ମାଳିଯୁବାଙ୍ଗ ଗାଁ ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ଗାଁର ଧରଣୀପେନୁ ଦେବୀ ସମେତ ସମସ୍ତ ଦେବାଦେବୀଙ୍କ ଶକ୍ତିପୀଠ ଗୁଡ଼ିକରେ ରିତିନୀତି ଅନୁଯାୟୀ ପାଠ ପୂଜା କରାଯାଇଛି। ଏଥିରେ କୁକୁଡ଼ା, ଘୁଷୁରୀ, ଛେଳି, ପୋଢ, ଭଳି ଅନେକ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ବଳି ଦିଆଯାଇଥାଏ। ଲୋକଙ୍କ ବିଶ୍ୱାସ ଯେ ପଶୁବଳି ଦେବା ଦ୍ଵାରା ଗାଁର ରୋଗ ଶୋକ ଦୂର ହେବା ସହ ପୋଡୁ ଚାଷ ତଥା କ୍ଷେତରେ ଭଲ ଫସଲ ଅମଳ ହୁଏ। ଏଥିରେ ଜାନୀ ପୁଙ୍ଗାରା ମାଝୀ, ଡମ୍ବରୁଧର ମାଝୀ, ପାଠ ଜାନୀ ସୋନାରା ମାଝୀଙ୍କ ସମେତ ଦିଶାରୀ ଭାଗିରତି ରାଉତ, ଗାଁମୁଖ୍ୟା ବାଳକୃଷ୍ଣ ସାହୁ ରିତନିତ ଅନୁସାରେ ପୂଜାର୍ଚନା କରିଥିଲେ। ପୁରାତନ ଯୁଗର ପାରମ୍ପରିକ ମନ୍ତ୍ର ପାଠରେ ଅଞ୍ଚଳରେ ପ୍ରକମ୍ପିତ ହେଉଥିବା ବେଳେ ଆଦିବାସୀଙ୍କ ଷୋଳପ ନିଶାନ ବିର ବାଦ୍ୟରେ ଗାଁଟି ଗର୍ଜିଉଠୁଛି। ଏଥିରେ ଆଖପାଖ ଗାଁର ଶହଶହ ପୁରୁଷ ଓ ମହିଳା ଏକତ୍ରିତ ହୋଇ ପର୍ବଟିକୁ ପାଳନ କରିବା ସହିତ ଉପଭୋଗ କରିଥିଲେ। ଲୋକଙ୍କ ମନରଞ୍ଜ ପାଇଁ ୨ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେଉଥିବା ବେଳେ ଏଥିରେ ମାଳିଯୁବାଙ୍ଗ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.