ଏସୟୁଜେ ସାମ୍ବାଦିକ ସଂଘର ସାଧାରଣ ବୈଠକ

କୋକସରା/ଜୟପାଟଣା (ହିରଣ୍ୟ ବେହେରା/ ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ଠାରେ ବୁଧବାର କଳାହାଣ୍ଡି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ସାମ୍ବାଦିକ ରଜନୀ ଛତ୍ରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏସୟୁଜେ ରାଜ୍ୟ ଉପସଭାପତି ଦୁଷ୍ମନ୍ତ ପଣ୍ଡା, ଏସୟୁଜେ କଳାହାଣ୍ଡି ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚକ୍ରଧର ବେଶ୍ରା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ହିରଣ୍ୟ ବେହେରା, ଜଗଦୀଶ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ବୈଠକରେ ଗ୍ରାମାଞ୍ଚଳର ସାମ୍ବାଦିକ ମାନଙ୍କ ସୁରକ୍ଷା, ସାମ୍ବାଦିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ସୁବିଧା, କଲ୍ୟାଣ ପାଣ୍ଠି, ସମସ୍ତ ସାମ୍ବାଦିକ କେମିତି ବିମାଭୁକ୍ତ ହେଇପାରିବେ ଏବଂ ସରକାର ଘୋଷଣା କରିଥିବା ୨ଲକ୍ଷ ବିମା ରାଶି କୁ ୫ଲକ୍ଷ କରିବା ପାଇଁ ଆଲୋଚନା ହୋଇଥିଲା। ଏଥି ସହିତ ଏସୟୁଜେ କଳାହାଣ୍ଡି ଜିଲ୍ଲା ଶାଖା ଓ ରାଜ୍ୟ ଏସୟୁଜେ ସାମ୍ବାଦିକ ସଂଗଠନ କିଭଳି ଆହୁରି ସୁଦୃଢ ହୋଇପାରିବ ସେଥିପ୍ରତି ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ମତପ୍ରକାଶ ପାଇଥିଲା। ଏହି ଅବସରରେ କାର୍ଯ୍ୟରତ କିଛି ସାମ୍ବାଦିକ ନୂତନ ଭାବେ ସଂଗଠନରେ ସାମିଲ ହୋଇଥିଲେ। ବୈଠକରେ ସାମ୍ବାଦିକ ପରମାନନ୍ଦ ଛତ୍ରିଆ, ସୁଶିଲ କୁମାର ନାଏକ, ହରିହର ଛତ୍ରିଆ, ଅଶ୍ଵିନୀ କୁମାର ସାହୁ, ଅମଜାଦ୍ ଖାଁ, ରାଜୁ ପାହାଡ଼, ସମିର କୁମାର ନାଗ, ହର୍ଷବର୍ଦ୍ଧନ ପାଣିଗ୍ରାହୀ, ଧୃବଧର ଦୁର୍ଗା ସମେତ ବିଭିନ୍ନ ବ୍ଳକ ରୁ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.