ନର୍ଲା ସତସଙ୍ଗ କେନ୍ଦ୍ରର ୧୬ତମ ପ୍ରତିଷ୍ଠା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଶିଶୁ ମନ୍ଦିର ଛକ ନିକଟରେ ରହିଥିବା ସତସଙ୍ଗ କେନ୍ଦ୍ରର ଷୋଢଦଶ ତମ ପ୍ରତିଷ୍ଟା ଦିବସ ସାଙ୍ଗକୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ମହା ଆଡମ୍ବର ସହକାରେ ନର୍ଲା ସତସଙ୍ଗ କେନ୍ଦ୍ର ପରିସରରେ ବୁଧବାର ପାଳିତ ହୋଇଯାଇଛି । ସତସଙ୍ଗ କେନ୍ଦ୍ରଟିକୁ ସାରା ରାତି ନର୍ଲା ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ମାନେ ନୂଆ ବୋହୁ ଭାବରେ ସଜେଇ ଥିଲେ । ବଡି ଭୋରରୁ ହିଁ ଶହସ୍ରାଧିକ ଦୀକ୍ଷାଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତ୍ୟୁଷରୁ ମଙ୍ଗଳ ଆଳତୀରୁ କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇଥିବା ବେଳେ ବ୍ରାହ୍ମ ମୂହୁର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ, ସକାଳ ୫ ଟା ବେଳେ ଉଷାକୀର୍ତ୍ତନ, ୬.୨୬ ରେ ସମବେତ ପ୍ରାର୍ଥନା ଓ ପ୍ରଣାମ, ଉଷାବିନତୀ, ସକାଳ ୯ ଘଣ୍ଟା ସମୟରେ ସଙ୍ଗୀତାଞ୍ଜଳୀ, ୧୦ ଟା ବେଳେ ନଗର ପରିକ୍ରମା ଓ ପୂର୍ବାହ୍ନ ୧୧.୩୦ ରୁ ସତସଙ୍ଗ ଓ ସଦାଲୋଚନା, ୨ ଟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସନ୍ଧ୍ୟା ୬ ଘଣ୍ଟା ସମୟରେ ସମବେତ ପ୍ରାର୍ଥନା ଓ ସତସଙ୍ଗ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଉଷାକୀର୍ତ୍ତନ ଓ ନଗର ପରିକ୍ରମା ବେଳେ ନର୍ଲା ଅଞ୍ଚଳର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା ସଂକୀର୍ତ୍ତନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମଟି ଭବାନୀପାଟଣାରୁ ଆସିଥିବା ସହପ୍ରତୀକ ରିତିକ ସରୋଜ କାନ୍ତ ଖମାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି ନଗର ପରିକ୍ରମାରେ ସାମିଲ ହେବା ସହ ସତସଙ୍ଗୀ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ମାନବ ସମାଜକୁ ଦେଇଥିବା ଦିଗ୍ଦର୍ଶନ ଉପରେ ଆଲୋକପାତ କରି ଏକ ହିଂସା ବିହୀନ, ନିଶାମୁକ୍ତ ସୁସ୍ଥ ସମାଜ ଗଠନ ଉପରେ ଆଲୋଚନା କରିଥିଲେ । ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଆଶିଷ ଭିକ୍ଷା କରିଥିଲେ ନର୍ଲା ବିଧାୟକ ଶ୍ରୀ ସିଂ । ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଇଞ୍ଜିନିୟର କୁମୁଦ ଚନ୍ଦ୍ର ପଧାନ, ପ୍ରାରମ୍ଭିକ ଆଲୋଚନା ଡ଼ ପ୍ରଫୁଲ୍ଲ ସାହୁ, ପଡୋଶୀ ବଲାଙ୍ଗୀର ଜିଲ୍ଲାର ସହ ପ୍ରତି ରିତିକ ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

ନର୍ଲା ସତସଙ୍ଗ ବିହାରର ସଭାପତି ବଟକୃଷ୍ଣ ଡାକୁଆ, ଅଧୁର୍ଯ୍ୟ କର୍ମୀ ଅଧ୍ୟାପକ ସରୋଜ ଜେନା, ଯାଜକ କର୍ମୀ ହୃଷିକେଶ ଭୋଇ, ଚିତ୍ତରଞ୍ଜନ ପଟ୍ଟନାୟକ, ଉପ ସଭାପତି ଶ୍ୱେତ ନାଏକ, କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିଥିବା ଡ଼ ଶାନ୍ତନୁ ମଜୁମଦାର ପ୍ରମୂଖ ମିଳିତ ଭାବରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ନୂତନ ୫୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ନୂତନ ଭାବରେ ସତ୍ ମନ୍ତ୍ରରେ ଅଭିମନ୍ତ୍ରୀତ ହୋଇଥିଲେ । ନର୍ଲା ସତସଙ୍ଗ କେନ୍ଦ୍ର ତରଫରୁ ଅନୁଷ୍ଠିତ ଚିକିତ୍ସା ଶିବିରରେ ଡ଼ ଶାନ୍ତନୁ ମଜୁମଦାର, ଡ଼ ସୁମିତ କୁମାର ମଜୁମଦାର, ଡ଼ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ବିଭିନ୍ନ ରୋଗରେ ପୀଡିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମାଗଣା ରେ ଚକିତ୍ସା ଓ ଯୋଗାଇ ଦେବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.