ଅଙ୍ଗନୱାଡି କର୍ମୀ ସମାବେଶ

ଓଡ଼ିଆ ବାର୍ତ୍ତା/ ବ୍ରଜରାଜନଗର: ପଶ୍ଚିମ ଓଡିଶା ଅଙ୍ଗନୱାଡ କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ବ୍ରଜରାଜନଗର ମ୍ୟୁନିସିପାଲଟି ଅଞ୍ଚଳରେ କାମ କରୁଥିବା ଅଙ୍ଗନୱାଡ କର୍ମୀ ଓ ସହାୟିକା ମାନଙ୍କ ଏକ ସମାବେଶ ରୁବୀ ଷଡଙ୍ଗୀ ଓ ନଳିନୀ ନାୟକଙ୍କ ପରିଚାଳନା ଆଜି ଅନୁଷ୍ଠିତ ହୋଇଯାଇଛି। ଦରମା ବୃଦ୍ଧି, ଶ୍ରମିକର ମାନ୍ୟତା, ସାମାଜିକ ନିରାପତ୍ତା, ସରକାରୀ କରଣ, ମିନି ଅଙ୍ଗନବାଡି କର୍ମୀ ଙ୍କୁ କର୍ମୀ ମାନ୍ୟତା, ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଭତ୍ତା ପ୍ରଦାନ, ପେନସନ୍ ୧୦ ହଜାର, ଏସଏନପି ଦର ବୃଦ୍ଧି, ୧୦୦ ଶତକଡା ପଦୋନ୍ନତ ସକାଶେ କେନ୍ଦ୍ର ଓ ରାଜ୍ଯ ସରକାର ଙ୍କୁ ଅନୁରୋଧ କରାଯିବା ସହ ବଜେଟ ଅଧିବେଶନ ବେଳେ ସବୁକୁ କାର୍ଯ୍ୟକାରୀ କରିବାକୁ ଚାପ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସାଙ୍ଗଠନିକ ଆଲୋଚନା କରାଯାଇଥିଲା। ସମସ୍ୟା ସମାଧାନ କରା ନ ଗଲେ ବଜେଟ ଅଧିବେଶନ ସମୟରେ ଭୁବନେଶ୍ବରରେ ବିଧାନସଭା ଘେରିବା ସହିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ଆହ୍ଵାନ ବ୍ରଜରାଜନଗରର ସମସ୍ତ କର୍ମୀ ଓ ସହାୟିକାମାନେ ଦିବା ରାତ୍ରି ଧାରଣା ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଶାନ୍ତ ପାଢୀ, ମଧୁମିତା ଷଡଙ୍ଗୀ, ନଳିନୀ ନାୟକ, ଶକୁନ୍ତଳା ରାଉତ, ସରୋଜିନୀ ପ୍ରଧାନ, ଦିଲେଶ୍ଵର ବିଶି, ସୁଲତା ପ୍ରଧାନ, ସୁକାନ୍ତି ସିଂ, ଚନ୍ଦ୍ରକାନ୍ତି ଶଣ୍ଢ, ନଳିନୀ ଭୋଇଙ୍କ ସମେତ ଶତାଧିକ କର୍ମୀ ଓ ସହାୟିକା ଏହି ସମାବେଶରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.