ବୈଷ୍ଣବ ପରିଡ଼ାଙ୍କ ବିୟୋଗରେ ‘ସାହିତ୍ୟ କଥା’ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

“ମଣିଷ ଭଳି ମଣିଷଟିଏ ଥିଲେ ବୈଷ୍ଣବ ଚରଣ ପରିଡ଼ା”

କଳାହାଣ୍ଡି, ୨୨ା୧୧: ଆନ୍ଦୋଳନଠାରୁ ସତ୍ୟାଗ୍ରହ, ସାହିତ୍ୟଠାରୁ ରାଜନୀତି ଏମିତି ଅନେକ ପରିଚୟରେ ପରିଚିତ ବୈଷ୍ଣବ ପରିଡା ଥିଲେ ମଣିଷ ଭଳି ମଣିଷଟିଏ । ଓଡ଼ିଆ ସାହିତ୍ୟର ଜଣେ ଦିଗ୍ଗଜ ସ୍ରଷ୍ଟା ଭାବେ ଅଶିରୁ ଅଧିକ ପୁସ୍ତକର ରଚୟିତା ତଥା ଓଡିଆରୁ ରୁଷିଆ ତଥା ରୁଷିୟ ଭାଷାରୁ ଅନୁବାଦ କରିବାରେ ସିଦ୍ଧହସ୍ତ ସ୍ୱର୍ଗତ ପରିଡା ଭାରତ ଓ ରୁଷ ଦ୍ୱିପାକ୍ଷିକ ସାରସ୍ୱତ ସଂପର୍କର ଏକ ପ୍ରମୁଖ ସୂତ୍ରଧର ଥିଲେ । ଦେଶ ବାହାରେ ଦୀର୍ଘ ବର୍ଷ ବସବାସ କରି ମଧ୍ୟ ତାଙ୍କ ହୃଦୟ ଓଡ଼ିଶା ଏବଂ ଓଡ଼ିଆମାନଙ୍କ ପାଇଁ କାନ୍ଦୁଥିଲା । ସେଇଥିପାଇଁ ତ ଓଡିଆ ଭାଷାର ସୁରକ୍ଷା ପାଇଁ ଆଜୀବନ ସେ ନିଜକୁ ସମର୍ପିତ କରିଦେଇଥିଲେ । ରାଜନୈତିକ ଉତ୍ଥାନ-ପତନ ମଧ୍ୟ ଦେଇ ସେ ଗତି କରିଥିଲେ ହେଁ ଜୀବନ ତମାମ ସାଲିସବିହୀନ ଜୀବନ ଜୀଇଁଥିଲେ । ଛାତ୍ର ଜୀବନରେ ବାମପନ୍ଥି ଚିନ୍ତାଧାରାରେ ଅନୁପ୍ରାଣିତ ସ୍ୱର୍ଗତ ପରିଡା ନିଜ ଜୀବନ କାଳ ମଧ୍ୟରେ ନିଜର ବିଚକ୍ଷଣ ଦକ୍ଷତା ବଳରେ ଭିନ୍ନ ଭିନ୍ନ ଦଳ ଓ ନେତାଙ୍କ ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଜଣେ ଲେଖକ, ଅନୁବାଦକ, ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଜଣେ ବିଚକ୍ଷଣ ରାଜନେତା, ରାଜ୍ୟସଭା ସାଂସଦ ଆଦିର ପରିଚୟ ନେଇ ବଞ୍ଚୁଥିବା ସ୍ୱର୍ଗତ ପରିଡାଙ୍କର କଳାହାଣ୍ଡି ପ୍ରତି ଥିଲା ଅମାପ ଭଲପାଇବା । କଳାହାଣ୍ଡିର ପ୍ରତିଟି ଗୋଡିମାଟିକୁ ସେ ମନଭରି ଭଲ ପାଉଥିଲେ । ଯାଜପୁର ତାଙ୍କର ଜନ୍ମମାଟି ଓ ଭୁବନେଶ୍ୱର ତାଙ୍କର କର୍ମସ୍ଥଳୀ ହୋଇଥିବାବେଳେ କଳାହାଣ୍ଡିକୁ ସେ ନିଜ ଦ୍ୱିତୀୟ ଜନ୍ମମାଟି ଭାବୁଥିଲେ । କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ବିକାଶ ପଥରେ ତାଙ୍କର ଏକ ଉଲ୍ଲେଖନୀୟ ଭୂମିକା ଥିଲା ବୋଲି ଆଜି କଳାହାଣ୍ଡି ଲେଖକ କଳା ପରିଷଦ ପାଠାଗାର ପରିସରରେ ସ୍ୱର୍ଗତ ବୈଷ୍ଣବ ଚରଣ ପରିଡାଙ୍କ ବିୟୋଗରେ ଆୟୋଜିତ ଶୋକସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡିଶାର ଏକମାତ୍ର ସାହିତ୍ୟଭିତ୍ତିକ ମାସିକ ସମ୍ବାଦପତ୍ର ‘ସାହିତ୍ୟ କଥା’ ତରଫରୁ ସ୍ୱର୍ଗତ ପରିଡାଙ୍କ ବିୟୋଗରେ ଆୟୋଜିତ ଶୋକସଭାରେ ‘ସାହିତ୍ୟ କଥା’ର ସଂପାଦକ ସକିତ ରତେ ସଭାପତିତ୍ୱ କରିଥିବାବେଳେ ସାହିତ୍ୟକଥାର ଉପଦେଷ୍ଟା ଗାଳ୍ପିକ ସୁକାନ୍ତ ସାହୁ ସଭା ପରିଚାଳନା କରିଥିଲେ ।

Udyog Nursery
Udyogi Nursery

ଏଥିରେ ବିଶିଷ୍ଟ କବି ଓ ଗବେଷକ ପରମେଶ୍ୱର ମୁଣ୍ଡ, କବି ସନ୍ତୋଷ ଶତପଥି, ଯୁବକବି ଜୟଦ୍ରଥ ସୁନା, ବିଶ୍ୱରଞ୍ଜନ ପଣ୍ଡା, ଗାଳ୍ପିକ ପ୍ରକାଶ ନିଶଙ୍କ, କବି ତଥା ସାମ୍ବାଦିକ ଲଳିତ କାନୁନ୍ଗୋ, ସାମ୍ବାଦିକ ତଥା ସମାଜସେବୀ କୀର୍ତ୍ତନ ନାୟକ, ବିଶିଷ୍ଟ ଆଇନଜୀବୀ ଧର୍ମେନ୍ଦ୍ର ନାଏକ, ବରିଷ୍ଠ ନାଗରିକ ଭାଗିରଥି ବେହେରା, ସୁରେନ୍ଦ୍ର ନେଗୀ, ସାହିତ୍ୟକଥାର ସହ ସଂପାଦକ ତଥା ଯୁବ ଲେଖକ ସୁଶୀଲ କୁମାର ବାଗ, ଅମିତ ପଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ସ୍ମୃତିଚାରଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.