ଗୋଲାମୁଣ୍ଡାଠାରେ କେନ୍ଦ୍ର ସରକାର ବିରୁଦ୍ଧରେ ଗର୍ଜିଲା ବିଜେଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଓ କୃଷକ ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ଗୋଲାମୁଣ୍ଡା ବ୍ଲକ ତରଫରୁ ବ୍ଳକ ଅଫିସ ସମ୍ମୁଖରେ ଏକ ଦିବସୀୟ ଗଣଧାରଣା ସହ ବିକ୍ଷୋଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିବା ସହିତ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଓ ରାସନକାର୍ଡ଼ରୁ ୫ କେଜି ଚାଉଳ କାଟି ଗରିବଙ୍କ ମୁହଁରୁ ଆହାର ଛଡାଇ ଥିବା କହିଥିଲେ । ବ୍ଲକ ସଭାପତି ଦୟା ସାଗର ଚଲାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ପଞ୍ଚମୀ ଦୀପ, ଏକ ନମ୍ବର ଯୋନର ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନି ରାଉତ, ଦୁଇ ନମ୍ବର ଯୋନର ଜିଲ୍ଲାପରିଷଦ ସଦସ୍ୟା ସରିତା ମାଝୀ, ତିନି ନମ୍ବର ଯୋନର ଜିଲ୍ଲାପରିଷଦ ସଦସ୍ୟ ଜୟସେନ ସାହୁ,ଜିଲ୍ଲା ବିଜେଡ଼ି ସମ୍ପାଦକ ତଥା ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତ,ଯୁବ ବିଜେଡି ସଭାପତି ହେମନ୍ତ ସାହୁ, ଛାତ୍ର ବିଜେଡି ସଭାପତି ଟୁଟୁ ମଙ୍ଗରାଜ, ମହିଳା ସଭାନେତ୍ରୀ ଚେତନା ମାଝୀ,ଦଶପୁର ସରପଞ୍ଚ ରଞ୍ଜନ ସାହୁ, ବରିଷ୍ଠ ବିଜେଡି ନେତା ଦୁର୍ଗେ ସାହୁ, କିରଣ ସିଂ ତଥା ଅନେକ ସଂଖ୍ୟାରେ ବରିଷ୍ଠ, ଯୁବ ଓ ମହିଳା ବିଜେଡି କର୍ମୀମାନେ ଯୋଗଦେଇଥିଲେ ଏବଂ ସମସ୍ତ କର୍ମକର୍ତ୍ତା ମାନେ ମିଶି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ଶ୍ରୀଧର ପଣ୍ଡାଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.