କେନ୍ଦ୍ର ରାଜ୍ୟ ଚାଉଳ ରାଜନୀତି: କେନ୍ଦ୍ର ବିରୁଦ୍ଧରେ ଗର୍ଜିଲା ବିଜେଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳରୁ ପାଞ୍ଚ କେଜି କାଟିଥିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ ଙ୍କ ନେତୃତ୍ୱରେ ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭ୍ରମର ନାଗ, ନର୍ଲାର ତିନି ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ହରିଶଙ୍କର ମାଝୀ, ନମ୍ରତା ସାହୁ, ଲିଲି ଦୀପ, ବିଜେଡି ମହିଳା ସଭାନେତ୍ରୀ ପ୍ରମିଳା ପଧାନ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ଯୁବ ନେତା ହମେଶ କୁମାର ଜୈନ, ପଙ୍କଜିନୀ ନାଏକ, ଜୟନ୍ତ ଗୌଡ଼, ଟଂକଧର ମେହେର, ମାଧବ ନାଏକ, ଅର୍ଜୁନ ପଧାନ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ନର୍ଲା୨୬ ଗୋଟି ଗ୍ରାମ ପଞ୍ଚାୟତ ସଭାପତି, ସମ୍ପାଦକଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ବିଜେଡି ମହିଳା ଓ ପୁରୁଷ କର୍ମୀ ନର୍ଲା ଡାକ ବଙ୍ଗଳାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଜ୍ୟ ନବୀନ ସ ନର୍ଲା ବ୍ଲକକୁ ଯାଇ ବିକ୍ଷୋବ ପ୍ରଦର୍ଶନ କରିବା ସହିତ ମୋଦୀ ସରକାର ହାଏ ହାଏ, ନବୀନ ସରକାର ଡାଉନ ଡାଉନ ଏଭଳି ନାରବାଜୀ କରି ଓଡିଶାକୁ ବୈମାତୃକ ମନୋଭାବ ନେଇ ବର୍ଷିଥିଲେ । ନର୍ଲା ବିଧାୟକ ଭୁପିନ୍ଦର ସିଂ କେନ୍ଦ୍ର ସରକାର ସବୁ ଯୋଜନାକୁ କାଟୁଥିବା ବେଳେ ଓଡ଼ିଶାକୁ ବୈମାତୃକ ମନୋଭାବ ପୋଷଣ କରି ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଯୋଜନା ତଥା ଗରିବ କଲ୍ୟାଣ ଯୋଜନା ରେ ପାଉଥିବା ପାଞ୍ଚ କେଜି ଚାଉଳ କାଟିଦେବା ଓଡିଶା ଜନ ସାଧରଣଙ୍କ ପ୍ରତି ବହୁତ ବଡ଼ ଅନ୍ୟାୟ ବୋଲି କହିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.