ପରମ ପବିତ୍ର ରାମ ନାମରେ ମୁଖରିତ ମ.ରାମପୁର : ଚତୁର୍ଥ ରଜନୀରେ କିସ୍କିନ୍ଧ୍ୟା ଓ ସୁନ୍ଦରକାଣ୍ଡ ମଂଚସ୍ଥ

ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଲିଳା ଚରିତକୁ ନେଇ ଆଗେଇ ଚାଲିଛି ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ 

Omkar Vasthu
Omkar Vasthu

କଳାହାଣ୍ଡି,୨୩/୪ :  ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ଚାଲିଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ଚତୁର୍ଥ ଋଜନୀ(ମଙ୍ଗଳବାର) ରେ କିସ୍କିନ୍ଧ୍ୟା ଓ ସୁନ୍ଦରକାଣ୍ଡ ମଂଚସ୍ଥ ହୋଇଥିଲା । ଚତୁର୍ଥ ରଜନୀରେ ଭରପୁର ଦର୍ଶକ ତଲ୍ଲୀନ ହେଇ ଶେଷ ଯାଏଁ ଉପଭୋଗ କରିଥିଲେ ଅଭିନୀତ ସମସ୍ତ ଦୃଶ୍ୟ । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ଚତୁର୍ଥ ରଜନୀରେ ଅନୁଷ୍ଠାନର ଉପସଭାପତି ଲଳିତ କୁମାର ମହାଲିକ ମଂଚ ଉଦଘାଟନ କରିଥିବାବେଳେ ମଂଚରେ ଉପସ୍ଥିତ ଥିଲେ ବରିଷ୍ଠ ସଦସ୍ୟ ଗଣେଷ ମହାରଣା । ଏହି ଅବସରରେ ବରିଷ୍ଠ କଳାକାର ପାଣ୍ଡବ ସାହୁ(ସଇଁନ୍ତଲା)ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ପଠନ କରିଥିଲେ ପବନ କୁମାର ମହାଲିକ । ଲେଖକ ଓ ନିର୍ଦ୍ଦେଶକ ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, ସଭାପତି ତଥା ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା ମଧ୍ୟ ମଂଚରେ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବାଳୀ ବଧ, ସୁଗ୍ରୀବଙ୍କ ମିତ୍ରତା ସ୍ଥାପନ, ସୀତା ଠାବ, ବିଭୀଷଣ ନିର୍ବାସନ, ରାମ ସୀତାଙ୍କ ବିରହ, ଲଙ୍କାପୋଡ଼ି ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ଶ୍ରୀରାମ ପ୍ରଦୀପ ସିଂ, ଲକ୍ଷ୍ମଣ ବିକାଶ ଆଚାର୍ଯ୍ୟ, ସୀତା ପ୍ରଶାନ୍ତ ମହାରଣା ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହେଶ୍ୱର ସାହୁ(ଭୁବନେଶ୍ୱର) । କଣ୍ଠ ଦାନରେ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ତ୍ରିଲୋଚନ ସୁନା, ପ୍ରବୀଣ ନାଏକ, ସ୍ମୃତିରେଖା ପାଢୀ ଓ ବାଦ୍ୟଯନ୍ତ୍ରରେ ପ୍ରଶାନ୍ତ, ବିନୟ, କାହ୍ନୁ, ପଦ୍ମଲୋଚନ ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା । ଶ୍ରୀ ରାମଜୀଉ ଅନୁଷ୍ଠାନର ସଂପାଦକ ବୀରେନ୍ଦ୍ର ରଥ, ମିହିର କୁମାର ଦୁବେଙ୍କ ସକ୍ରିୟ ସହଯୋଗରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.