ସ୍ୱାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଜିଲ୍ଲା ରୋଜଗାର ସୃଜନ କେନ୍ଦ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିକେନ୍ଦ୍ରିକରଣ, ସ୍ୱଦେଶୀ ଉଦ୍ୟମିତା ଓ ସହଜାରିତା ମାଧ୍ୟମରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ନିମନ୍ତେ ସ୍ୱାବଲମ୍ବୀ ଭାରତ ଅଭିଯାନ, କଳାହାଣ୍ଡି ଜିଲ୍ଲା ପକ୍ଷରୁ ରୋଜଗାର ସୃଜନ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି l ଆଜି ଠାରୁ ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଲାଜୀ ବିହାର ଉପର ମହଲାରେ ଏହି କେନ୍ଦ୍ର କାର୍ଯ୍ୟ କରିବ l ଜିଲ୍ଲାର ଯୁବକ ଯୁବତୀ ତଥା ସବୁ ସ୍ତରର ଉଦ୍ୟୋଗୀ ମାନଙ୍କ ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଏକ ସ୍ୱାବଲମ୍ବୀ ଜିଲ୍କା ଗଠନ ନିମନ୍ତେ ସ୍ୱାବଲମ୍ବୀ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ନେଇ ଏହି ରୋଜଗାର ସୃଜନ କେନ୍ଦ୍ରର ଶୁଭାରମ୍ଭ ହୋଇଛି l ମହିଳା ସମନ୍ଵୟର ସଂଯୋଜିକା ବଲବୀର କୌର ସନ୍ଧୁ ଓ ସବିତା ଦାଶ ଭାରତ ମାତାଙ୍କ ପ୍ରତିକୃତିରେ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ l ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖ ଦୀପକ ରାଉତ ଯୋଗ ଦେଇ ଅଭିଯାନର କକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ l ଜିଲ୍ଲା ସମନ୍ଵୟକ ପ୍ରତୀକ ଯୋଷିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହ ସମନ୍ଵୟକ ଗୋଦାବରୀଶ ପାତ୍ର, ସ୍ୱଦେଶୀ ଜାଗରଣ ମଞ୍ଚ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, କୈଶବ ବିହାରୀ, ଜିଲ୍ଲା ସଂଯୋଜକ ନକୁଳ ନାୟକ,ଯୁବ ଉଦ୍ୟୋଗୀ ପ୍ରତ୍ୟୁଷ କୁମାର ସାହୁ, ଏବିଭିପି ବିଭାଗ ସଂଗଠନ ମନ୍ତ୍ରୀ ବୁଦ୍ଧଦେବ ବାଘ, ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡ, ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର, ବୃନ୍ଦାବତୀ ବିହାରର ସଭାପତି ସୁବାସ ଦୁର୍ଗା,ସକ୍ଷମର ଜିଲ୍ଲା କାର୍ଯ୍ୟକର୍ତ୍ତା ବିଜୟ କୁମାର ମହାଳିକ, ଜ୍ୟୋତିଷାଚାର୍ଯ୍ୟ ଡ. ସୀତାକାନ୍ତ କର, ଯୁବ ଉଦ୍ୟୋଗୀ ଚିନ୍ମୟ କୁମାର ବେହେରା, ସ୍ୱଦେଶୀ ଜାଗରଣ ମଞ୍ଚ ଜିଲ୍ଲା କାର୍ଯ୍ୟକାର୍ତ୍ତ ଜୀବନାନନ୍ଦ ବେହେରା l ନଗର ସଂଯୋଜକ ଲିଙ୍ଗରାଜ ନାଏକ, ଯୁବ ଉଦ୍ୟୋଗୀ ଦ୍ରୁପଦ ସାହୁ ଓ ମହେନ୍ଦ୍ର ଠାକୁର ପ୍ରମୁଖ ଯୋଗ ଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.