ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୁର୍ନୀତିର ରାଣୀ ମହୁମାଛି କହିଲେ ଶୁଭେନ୍ଦୁ; ପଶ୍ଚିମ ବଙ୍ଗ ରାଜନୀତିରେ ଝଡ଼  

ଓଡ଼ିଆ ବାର୍ତ୍ତା/ କୋଲକାତା: ତୃଣମୂଳ କଂଗ୍ରେସର ଜାତୀୟ ଦଳ ମାନ୍ୟତା କଟିବା ଯୋଗୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫୋନ କରିବା ଅଭିଯୋଗ ପ୍ରସଙ୍ଗକୁ ନେଇ ପଶ୍ଚିମ ବଙ୍ଗ ରାଜନୀତି ସରଗରମ ରହିଛି । ଏପରି ସମୟରେ ବିଜେପି ନେତା ତଥା ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆଉ ଏକ ମନ୍ତବ୍ୟ ଝଡ଼ ସୃଷ୍ଟି କରିଛି । ମମତାଙ୍କୁ ଦୁର୍ନୀତିର ରାଣୀ ମହୁମାଛି କହିଛନ୍ତି ଶୁଭେନ୍ଦୁ ଅଧିକାରୀ । ଦୁର୍ନୀତି ମାମଲାର ସମ୍ମୁଖୀନ ହେଉଥିବା ଅଭିଯୁକ୍ତ ମାନଙ୍କୁ ମମତା ସମର୍ଥନ କରୁଛନ୍ତି ବୋଲି ଶୁଭେନ୍ଦୁ ଅଭିଯୋଗ କରିଛନ୍ତି । ତେଣୁ ବିଜେପିର ଏଭଳି ଅଭିଯୋଗ ବିରୋଧରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ ଜନସଭା କରିବ ବୋଲି ସୂଚନା ମିଳିଛି । ପୂର୍ବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପଶ୍ଚିମବଙ୍ଗକୁ ଟାର୍ଗେଟ କରିଥିବା ଦେଖାଯାଇଛି । ଏପରିକି ମମତାଙ୍କଠୁ ହାରିଥିଲେ ମଧ୍ୟ ବିରୋଧି ଦଳ ଆସନରେ ବସି ନିଜକୁ ଦୃଢ଼ କରିଛି ଦଳ । ଏପରିକି ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ପଶ୍ଚିମବଙ୍ଗରୁ ପ୍ରଚାର ଆରମ୍ଭ କରିଛନ୍ତି । ମମତାଙ୍କ ବିରୋଧରେ ବର୍ଷିଛନ୍ତି ଅମିତ । ଏପରିକି ତୃଣମୂଳ କଂଗ୍ରେସକୁ ହଟାଇବାକୁ ଆହ୍ୱାନ ଦେଇଛନ୍ତି । ଏଭଳି ସ୍ଥିତିରେ ଶୁଭେନ୍ଦୁଙ୍କ ଲଗାତର ମମତାଙ୍କୁ ଟାର୍ଗେଟ ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି । ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ନେଇ ସିବିଆଇ ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କରିବାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ସୁପ୍ରିମକୋର୍ଟ ରହିତାଦେଶ ଦେଇଥିଲେ ମଧ୍ୟ ସିବିଆଇ ଅଭିଷେକଙ୍କୁ ସମନ କରିବା ଯୋଗୁ ଆଲୋଚନା ଜୋର ଧରିଥିଲା । ଆଗାମୀ ନିର୍ବାଚନ ପାଇଁ ବିରୋଧୀ ଏକ ହୋଇ ଅଭିଯାନ ଆରମ୍ଭ କରିଥିବା ବେଳେ ବିରୋଧୀ ଗୋଷ୍ଠୀଙ୍କୁ ଚିନ୍ତାରେ ପକାଇଛି ବିଜେପିର ଆଭିମୁଖ୍ୟ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.