ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁ ମୁହିଁ, ଜଣେ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଦେଇ ଯାଇଥିବା ଗୋପାଳପୁର ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଯୋରାଡୁବୁରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଜଣକର ମୃତ୍ୟୁ ହୋଇଯାଇଛି । ମିଳିଥିଲା ସୂଚନା ଅନୁସାରେ କୋଇଲା ବୋଝେଇ ଟ୍ରକ (ଗାଡ଼ି ନମ୍ବର ଆର୍ ଜେ ୦୨ ଜିବି ୮୧୭୨) ନିଜ ଲେପ୍ଟ ସାଇଟ୍ ରେ ଛିଡା ହୋଇ ଥିବା ବେଳେ ଅମାଠ ଛକ ପଟୁ ଆସୁଥିବା ବିଦେଶୀ ମଦ ବୋଝେଇ ଟ୍ରକ (ଗାଡ଼ି ନମ୍ବର ଓଆର୍ ୧୫ ଏନ୍ ୯୬୨୧) ଆସି ଛିଡା ହୋଇଥିବା ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବିଦେଶୀ ମଦ ବୋଝେଇ ଟ୍ରକ ଚାଳକ ରଣଜିତ ପ୍ରଧାନ ଚାପି ହୋଇ ଯାଇଥିଲେ । ଏହି ଖବର ପାଇ ଏମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର କୁମାର ପ୍ରଧାନ, ଏସ୍ଆଇ ସିରାଜ୍ କୁମାର ପାଢ଼ୀ, ଏମ.ରାମପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରକ୍ କାଢିଥିଲେ । ପୋଲିସ ଓ ଦମକଳବାହିନୀ ଡ଼୍ରାଇଭରଙ୍କୁ ଉଦ୍ଧାର କରି ଏମ.ରାମପୁର ଡାକ୍ତର ଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାଳକଙ୍କ ଟ୍ରକ୍ ମାଲିକ ଓ ପରିବାର ବର୍ଗଙ୍କୁ ଖବର ଦେଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.