ମାନବିକତା ଓ ସେବା ମନୋବୃତ୍ତି ହିଁ ରେଡକ୍ରସର ମୂଳ ଲକ୍ଷ୍ୟ 

ସୁବର୍ଣ୍ଣପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସୋନପୁର,୯/୫ : ସୁବର୍ଣ୍ଣପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ରେଡକ୍ରସ ସୋସାଇଟିର ସଭାପତି ତଥା ଜିଲାପାଳ ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରି କହିଲେ, ମାନବିକତା ଓ ସେବା ମନୋବୃତ୍ତି ହିଁ ରେଡକ୍ରସର ମୂଳ ଲକ୍ଷ୍ୟ । ଜିଲା ରେଡକ୍ରସ ସର୍ବଦା ସେବା ମନୋବୃତ୍ତି ନେଇ ପ୍ରାକୃତିକ ବିର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବା ସହ ଜରୁରୀକାଳୀନ ସମୟରେ ଗରିବ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛି । ତେଣୁ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଜିଲା ରେଡକ୍ରସ ପାଣ୍ଠିକୁ ଅଧିକ ସହଯୋଗର ହାତ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆରମ୍ଭରେ ଜିଲା ରେଡକ୍ରସ ସୋସାଇଟିର ସମ୍ପାଦକ ମୁକ୍ତେଶ୍ୱର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଥିରେ ଯୁବ ରେଡକ୍ରସର ଜିଲା ସଂଯୋଜକ ଉମାକାନ୍ତ ନାଗ ରେଡକ୍ରସର ଐତିହାସିକ ପୁଷ୍ଟଭୂମି ଉପରେ ଆଲୋକପାତ କରିଥିଲେ । ଜିଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମାନବ ସେବା ହିଁ ମାଧବ ସେବା ତେଣୁ ରେଡକ୍ରସ ସୋସାଇଟିକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନେ ସହଯୋଗର ହାତ ବଢେଇ ରେଡକ୍ରସ ସଂସ୍ଥାର ମାନ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସରୋଜ କୁମାର ନାୟକ ରେଡକ୍ରସର ସେବା କାର୍ଯ୍ୟ ଉପରେ ସୂଚନା ଦେଇଥିଲେ । ଏଥିରେ ରେଡକ୍ରସ ସୋସାଇଟିର ଉପ ସଭାପତି ଗୌରୀଶ୍ୟାମ ପଣ୍ଡା ସେବା ସବୁବେଳେ ଜାତି, ବର୍ଣ୍ଣ ଓ ଧର୍ମର ଉଦ୍ଧ୍ୱର୍ରେ ରହିଥାଏ ବୋଲି ମତ ପ୍ରକାଶ କରିଥିଲେ ।

ଅତିରିକ୍ତ ଏସପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଅବକାରୀ ଅଧୀକ୍ଷକ ଶାନ୍ତାନୁ କୁମାର ସାହୁ, ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ହରି ଚରଣ ମିଶ୍ର, ଜିଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ଜିଲା କ୍ରୀଡା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ, ଉପ କୃଷି ନିର୍ଦେଶକ ସନ୍ତୋଷ କୁମାର ଜେନା, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବିିନ ବିହାରୀ ଦାସ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ବନ ବିଭାଗ ଏସିଏଫ ଶୁଶିଳ କୁମାର ତ୍ରପାଠୀ ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ, ବୀରମହାରାଜପୁର ବିଡିଓ ଅଭିମନ୍ୟୁ ମାଝି, ତରଭା ବିଡିଓ ନିହାର ରଞ୍ଜନ କଅଁର, ଡୁଙ୍ଗୁରିପାଲି ସହକାରୀ ବିଡିଓ
ଶଶିଭୂଷଣ ପ୍ରଧାନ, ଡ୍ରଗ୍ସ ଇନ୍ସପେକ୍ଟର ବାବୁଲାଲ ଟୁଡୁ, ପ୍ରାଣି ବିଭାଗର ନୋଡାଲ ଅଫିସର ଡ. ଭୂବନ ମୋହନ ସାହୁ, ବିନିକା ଏନଏସି ନିର୍ବାହୀ ଅଧିକାରୀ ଦୁଖିରାମ ନାଏକ, ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ସଂଯୋଜକ ବ୍ରଜବନ୍ଧୁ ପାଣିଗ୍ରାହୀ ପ୍ରମୁଖଙ୍କ ସହ ଜିଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କ ସହ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.