ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସିରୋଲ ପଞ୍ଚାୟତର ପୋଢଖମ ରୁ ରୁପ୍ରା ଆଡ଼କୁ ସଂଯୋଗ ହଉଥିବା ଏକ ରାସ୍ତା କଡ଼ରେ ଥିବା ପଳାଶ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଓହଲିଥିବା ଦେଖାଯାଇଛି । ମୃତ ବ୍ୟକ୍ତି ଜଣକ ପାଷ୍ଟିକୁଡ଼ି ପଞ୍ଚାୟତ ପିପଲଭାଡ଼ି ଗାଁର କୈଳାଶ ମାଝୀ ବୋଲି ଜଣାପଡ଼ିଥିବା ବେଳେ ସେ ପୋଢଖମ୍ ଗାଁର କୁମାରୀ ମାଝୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ରହିଥିବା ଜଣାପଡିଛି । ଖବର ପାଇ କେସିଙ୍ଗା ଅତିରିକ୍ତ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଝୁଲନ୍ତା ମୃତ ଦେହକୁ ଦେଖିଲେ ଏହା ଏକ ସୁଚିନ୍ତିତ ହତ୍ୟା ଭଳି ଲାଗୁଥିବା ବେଳେ ଅଧିକ ତଦନ୍ତ ହେଲେ ଏହାର ସତ୍ୟା ସତ୍ୟ ଲୋକ ଲୋଚନକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏପଟେ କୈଳାଶ ମାଝୀଙ୍କ ମୃତ ଦେହ ତାଙ୍କ ଶଶୁର ଘର ଠାରୁ ମାତ୍ର ୨୦୦ରୁ ୩୦୦ ମିଟର ଦୂରରେ ଏକ ଗଛରେ ଝୁଲି ରହିଥିଲେ ମଧ୍ୟ ତାଙ୍କ ସ୍ତ୍ରୀ କୁମାରୀ କିମ୍ବା ତାଙ୍କ ପୁଅ କିମ୍ବା ଝିଅ କେହି ମଧ୍ୟ ଘଟଣା ସ୍ଥଳକୁ ଯାଇ ନଥିବା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଜାରି ରଖିଥିବାବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.