ବିରୋଧୀ ଏକତାକୁ ଝଟକା! ସିଦ୍ଦରମୈୟାଙ୍କ ଶପଥକୁ ଆସିଲେନି ମମତା, ଉଦ୍ଧବ

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ:  କର୍ଣ୍ଣାଟକରେ ନୂଆ ସରକାରରେ ସିଦ୍ଦରମୈୟା ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୋଦୀ ବିରୋଧୀ ଦଳର ପ୍ରମୁଖ ନେତା ନୀତୀଶ କୁମାର (ଜେଡିୟୁ), ତେଜସ୍ୱୀ ଯାଦବ (ଆରଜେଡି), ଫାରୁକ୍ ଅବଦୁଲ୍ଲା (ଏନସି) ଭଳି ଦେଶର ବଡ ନେତାମାନେ ଉପସ୍ଥିତ ରହି ବିରୋଧୀ ଏକତା ଦେଖାଇଛନ୍ତି। ମହାରାଷ୍ଟ୍ରର ଏନସିପି ମୁଖ୍ୟ ଶରଦ ପାୱାର, ଅନିଲ ଦେଶାଇ ଏବଂ ଠାରରେ ଗୋଷ୍ଠୀର ପ୍ରିୟଙ୍କା ଚତୁର୍ବେଦୀ ପହଞ୍ଚିଥିଲେ, କିନ୍ତୁ ଉଦ୍ଧବ ଠାକରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗରୁ ପହଞ୍ଚି ନଥିଲେ। ଏହି ଦୁଇଜଣଙ୍କ ଅନୁପସ୍ଥିତିକୁ ବିଜେପି ବିରୋଧରେ ବିରୋଧୀ ଏକତା ପାଇଁ ଝଟକା ବୋଲି କୁହାଯାଉଛି। ମମତା ବାନାର୍ଜୀ, କେ ଚନ୍ଦ୍ରଶେଖର ରାଓଙ୍କ ଭଳି ନେତାମାନେ ଅଣ-ବିଜେପି ତଥା ଅଣ-କଂଗ୍ରେସ ସପକ୍ଷରେ ଅଛନ୍ତି, କିନ୍ତୁ ଶରଦ ପାୱାର ବିଶ୍ବାସ କରୁଛନ୍ତି ଯେ କଂଗ୍ରେସକୁ ନ ନେଇ ବିଜେପିକୁ ଚ୍ୟାଲେଞ୍ଜ କରିବା ସମ୍ଭବ ନୁହେଁ। ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଶପଥ ଗ୍ରହଣ ସମାରୋହରେ ରାଜ୍ୟସଭା ସାଂସଦ ଅନୀଲ ଦେଶାଇ ଏବଂ ପ୍ରିୟଙ୍କା ଚତୁର୍ବେଦୀ ପହଞ୍ଚିଥିଲେ।କଂଗ୍ରେସ ସରକାର ଗଠନ କରିଛି, ତେଣୁ ଏଥିରୁ ସ୍ପଷ୍ଟ ଯେ କଂଗ୍ରେସ ପରିବାରକୁ ଉପସ୍ଥିତ ହେବାକୁ ପଡିବ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ମମତା ବାନାର୍ଜୀ କିମ୍ବା ଉଦ୍ଧବ ଠାକରେଙ୍କୁ ଦେଖିବାକୁ ମିଳି ନଥିଲା। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ଅନେକ ବିଜେପି ବିରୋଧୀ ଦଳର ନେତାଙ୍କୁ କଂଗ୍ରେସ ନିମନ୍ତ୍ରଣ ଦେଇଥିଲା। ୭୫ ବର୍ଷୀୟ  ସିଦ୍ଦରମୈୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ୨୦୧୩ ରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.