କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ମିଳିତ କନ୍‌ଭେନ୍‌ସନ୍‌

କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଦେଶ ବିରୋଧୀ ନୀତି ବିରୁଦ୍ଧରେ ରାଜ୍ୟବ୍ୟାପି ଅନ୍ଦୋଳନ ଆହୂତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଦେଶ ସ୍ବାର୍ଥବିରୋଧୀ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ଆଇ.ଏନ୍.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ଏଚ୍.ଏମ୍.ଏସ୍., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି., ଏଲ୍.ପି.ଏଫ୍., ସେଓ୍ବା ଇତ୍ୟାଦି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ, ବୀମା, ପ୍ରତିରକ୍ଷା, କେନ୍ଦ୍ର ଓ ରାଜ୍ୟ ସରକାରୀ ଶ୍ରମିକ କର୍ମଚାରୀ ସଂଗଠନ, ଖଣି, ଖାଦାନ, ଶିଳ୍ପ, କଳ କାରଖାନା ଓ ବିଭିନ୍ନ ବ୍ୟବସାୟ, ବାଣିଜ୍ୟ ସମେତ ସ୍କିମ୍ ଶ୍ରମିକ ସଂଗଠନ ସମୂହ ପକ୍ଷରୁ ଆଜି ଭୁବନେଶ୍ଵର ବୁଦ୍ଧ ମନ୍ଦିରଠାରେ ଏକ ମିଳିତ ଗଣ କନ୍‌ଭେନ୍‌ସନ୍‌ ଅନୁଷ୍ଠିତ ହୋଇଯାଇଛି । ଏହି କନ୍‌ଭେନ୍‌ସନ୍ ଶ୍ରମ କୋଡ୍‌ର ବାତିଲ, କୃଷକମାନଙ୍କ ୬ ଦଫା ଦାବି ପୂରଣ, ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ରେଳବାଇ ସମେତ ଦେଶର ସମସ୍ତ ପ୍ରକାର ସମ୍ପଦର ଘରୋଇକରଣ ବନ୍ଦ, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ସମସ୍ତଙ୍କୁ ସାମାଜିକ ସୁରକ୍ଷା, ଠିକା, ଅସ୍ଥାୟୀ ଓ ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ସମାନ କାମ ପାଇଁ ସମାନ ବେତନ, ଏନ୍.ପି.ଏସ୍. ବାତିଲ କରି ପୁରୁଣା ପେନ୍‌ସନ୍ ସ୍କିମ୍‌ର ପୁନଃ ପ୍ରଚଳନ ଇତ୍ୟାଦି ୧୪ ଦଫା ଦାବିରେ ୩୦ ଜାନୁଆରୀ – ୨୦୨୩ ଦିଲ୍ଲୀ ଜାତୀୟ କନ୍‌ଭେନ୍‌ସନ୍‌ର ସିଦ୍ଧାନ୍ତ ଅନୁସାରେ ରାଜ୍ୟସାରା ବ୍ୟାପକ ଆନ୍ଦୋଳନ କାର୍ଯ୍ୟକ୍ରମର ଆହ୍ବାନ ଦିଆଯାଇଛି । ଜିଲ୍ଲା ଓ କ୍ଷେତ୍ରୀୟ ସ୍ତରର କନ୍‌ଭେନ୍‌ସନ୍, ରାଜ୍ୟବ୍ୟାପୀ ଯାଥା, ପଦଯାତ୍ରା, ମୋଟର ସାଇକେଲ ରାଲି ସହ ଅଗଷ୍ଟ ୯ ଓ ୧୦ ତାରିଖ ଦୁଇଦିନ ଧରି ରାଜ୍ୟ ରାଜଧାନୀ ଭୁବନେଶ୍ଵରଠାରେ ରାଜ୍ୟସ୍ତରୀୟ ମିଳିତ ଶ୍ରମିକ ମହାସମାବେଶ ସଫଳ କରିବାକୁ ଏହି କନ୍‌ଭେନ୍‌ସନ୍‌ରେ ଆହ୍ବାନ ଦିଆଯାଇଛି । ଏହାପରେ ଜାତୀୟ ସ୍ତରରେ ଦେଶବ୍ୟାପୀ ଧର୍ମଘଟ ଓ ଭାରତ ବନ୍ଦ ପ୍ରସ୍ତୁତି ଜାରି ରଖୁବାକୁ ସିଦ୍ଧାନ୍ତ ନିଆଯାଇଛି । ଏହି କନ୍‌ଭେନ୍‌ସନ୍ ଆଇ.ଏନ୍‌ଟିୟୁସିର ପ୍ରଣତୀ ମିଶ୍ର, ଏଆଇଟିୟୁସିର ମହେଶ୍ଵର ରାଉତ, ଏଚ୍ଏମ୍ଏସ୍‌ର ଲକ୍ଷ୍ମୀପ୍ରିୟା ମହାନ୍ତି, ସିଆଇଟିୟୁର ବିଷ୍ଣୁ ମହାନ୍ତି, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର, ଏଲ୍‌ପିଏଫ୍ର ମଧୁସୂଦନ ପ୍ରଧାନ ଓ ସେର ପରିଣିତା ମହାପାତ୍ରଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ କନ୍‌ଭେନ୍‌ସନ୍‌ ପରିଚାଳନା କରିଥିବା ବେଳେ ଆଇଏନ୍‌ଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଭିଭିପତ୍ର ଉପସ୍ଥାପନ କରିଥିବା ବେଳେ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମିକ, କୃଷକ, ଛାତ୍ର, ଶିକ୍ଷକ, ଯୁବ, ଜନଗଣ ଓ ରାଷ୍ଟ୍ର ସ୍ୱାର୍ଥ ବିରୋଧୀ ନୀତି ଓ କାର୍ଯ୍ୟକ୍ରମ ବିରୁଦ୍ଧରେ ବିଭିନ୍ନ ଦାବି ଓ ଆନ୍ଦୋଳନ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଏଚ୍ଏମ୍ଏସ୍‌ର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ପାତ୍ର, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇଟିୟୁସିର ଜୟସେନ ମେହେର, ଏଆଇସିସିଟିୟୁର ରାଧାକାନ୍ତ ସେଠୀ, ଟିୟୁସିସିର ନାରାୟଣ ଡାଳୁଆ, ଏଲ୍‌ପିଏଫ୍ର ମନୋରଞ୍ଜନ ମହାରଣା, ଏଆଇବିଇଏର ପ୍ରଫୁଲ୍ଲ ତ୍ରିପାଠୀ, ଏଆଇଏସ୍‌ଇ ଏଫ୍‌ର ପ୍ରଶାନ୍ତ ମହାନ୍ତି, ଏଆଇଆଇଇଏର ରବି ମଲ୍ଲିକ, ବିଇଏଫ୍‌ଆଇର ଅଜୟ ମହାନ୍ତି, ଏଆଇଡିଇଏଫର ରବି ନାରାୟଣ ମିଶ୍ର, ଏଆଇଏଲ୍‌ଆଇସିଇଏଫ୍‌ର ବିପିନ ମହାନ୍ତି, ଜିଆଇଇଏଆଇଏର ମନୋଜ ରଥ, ଏନ୍‌ଏଫ୍‌ପିଇର ବୃହସ୍ପତି ସାମଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବିଭିନ୍ନ ଟ୍ରେଡ୍‌ ୟୁନିୟନ୍ ସଂଗଠନ ଓ ଆସୋସିଏସନ୍‌ମାନଙ୍କ ପକ୍ଷରୁ ଜୟନ୍ତ ଦାସ, କିଶୋର ଜେନା, ହରପିୟା ସ୍ୱାଇଁ, ନମିତା ସାହୁ, ସତ୍ୟବାଦୀ ବାଘ, ସୁର ଜେନା, ଭ୍ରମରବର ରାଉତ, ପ୍ରଦୀପ ନାୟକ, ସଂଯୁକ୍ତା ମହଲ, ମମତାଜ୍ ଖୁଣ୍ଟିଆ, ମନୋଜ ଗୌଡ଼ ଅଳକନାଥ ମିଶ୍ର, ଗୋହିଗୋବିନ୍ଦ ବେସ୍ରା, ରବି ରଥ, ବଳରାମ ଜାଲି, ଓଟି ଜଗଦୀଶ, ସସ୍ମିତା ସିଂ, ମନୋରଞ୍ଜନ ଦାସ, ରବି କୁମାର ପଣ୍ଡା, ଶଙ୍କର ବାରିକ, ଛେତାମ୍ବର ଭୋଇ, ଅକ୍ଷୟ ବେହୁରିଆ, ଯଶୋବନ୍ତ ଦାସ ମହାପାତ୍ର, ମୂରଲୀ ପ୍ରଧାନ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.