ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀଯୁକ୍ତ ଦୁତୀୟ ବନଛୋର ଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମରେ କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତୃତୀୟ ପର୍ଯ୍ୟୟ ଆନ୍ତର୍ଜାତୀୟ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ କୁସୁର୍ଲା (ହଜାରୀପଡା) ଗ୍ରାମରେ ରାସ୍ତା କଡରେ ଥିବା ନଳକୂଅ ପରିସରରେ ପାଣି ନିଷ୍କାସନ ହୋଇ ଏଣେ ତେଣେ ବୋହିଯାଉଥିଲା! ତାହାକୁ ଦୃଷ୍ଟି ରେ ରଖି ନଳକୂଅ ପରିସରରେ ସିମେଣ୍ଟ, ଇଟା, ବାଲି, ଚିସ୍ପ ସାହାଯ୍ୟ ରେ ମରାମତି କରି ବୋହି ଯାଉଥିବା ପାଣି କୁ ଗୁଟିଏ ସ୍ଥାନରେ ରଖି ଜଳ ସଞ୍ଚୟ କରାଯାଇଥିଲା । ପୃଥିବୀ ପୃଷ୍ଠରେ ବଞ୍ଚିବା ରହିବାକୁ ହେଲେ ଜଳର ବହୁତ ଆବଶ୍ୟକତା ଅଛି । ଆମ ଭବିଷ୍ୟତ ପୀଢ଼ି ମାନଙ୍କ ପାଇଁ ଜଳ ସଞ୍ଚୟ କରିବା ନିହାତି ଜରୁରୀ ଅଟେ। ଜଳ ସଞ୍ଚିଲେ ଜୀବନ ବଞ୍ଚିବ,ଜଳ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ଲୋକମାନଙ୍କୁ ସଚେତନ କରି ଜଳ ସଞ୍ଚୟ କରିବା ପାଇଁ ଶପତ ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛା ସେବୀ ସନତ କୁମାର ସାହୁ, ସମାଜ ସେବୀ ସୁରେନ୍ଦ୍ର ସାହୁ, ଜଗନ୍ନାଥ ସାହୁ, ରାମରାଜ ସାହୁ, ବିଷ୍ଣୁ ସାହୁ, ତ୍ରିଲୋଚନ ସାହୁ, ଉଦୟ ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ଧର୍ମରାଜ ସାହୁ, ଠାକୁର ସାହୁ, ଅରବିନ୍ଧ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଠାକୁର ସାହୁ, ବିକାଶ ସାହୁ ରହି ସହଯୋଗ କରିଥିଲେ ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।