୪୫ ଡିଗ୍ରୀରେ ଜଳୁଛି ସୁବର୍ଣ୍ଣପୁର : ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି ଜଳ କଷ୍ଟ

ସୋନପୁର,୧୧/୫ : ଓଡିଶାରେ ଅଗ୍ନି ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ଗ୍ରୀଷ୍ମ ଲହରୀରୁ ସୋନପୁର ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ଫନି ବାତ୍ୟା ପର ଠାରୁ ଯେଭଳି ନିଆଁ ବରଷୁଛି ତାହା ଅନ୍ୟ ବର୍ଷର ରେକର୍ଡ ଭଙ୍ଗ କରିବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ଗତ ସାତ ଦିନ ହେଲା ତାପମାତ୍ରା ୪୪/୪୫ ଡିଗ୍ରୀ ଉପରେ ରହିବା ସହ ଗତ କାଲି ଜିଲ୍ଲାରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବା ସହ ପ୍ରବଳ ଝାଞ୍ଜି ପବନ ଯୋଗୁଁ ଦିନ ୯ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସାରା ଅଞ୍ଚଳ ଅଷେଘାଷିତ କର୍ଫ୍ୟୁ ଭଳି ଶୁନଶାନ୍ ହୋଇପଡୁଛି । ଅଗ୍ନି ବର୍ଷା ପରିସ୍ଥିତିରେ ବିଦ୍ୟୁତ ବିଭ୍ରାଟ ନେଇ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

Omkar Vasthu
Omkar Vasthu

ଏହା ସହିତ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳକଷ୍ଟ ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରବାହକୁ ନେଇ ଭୂତଳ ଜଳସ୍ତର ହ୍ରାସ ପାଇଛି । କୂଅ, ପୋଖରୀ ଶୁଖି ଯାଇଥିବାରୁ ଗାଧୋଇବା ପାଇଁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗାଈଗୋରୁଙ୍କ ପାଇଁ ଜଳ କଷ୍ଟ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି । କିଛି ଜଙ୍ଗଳିଆ ଅଚଂଲରେ ଜଙ୍ଗଲରେ ଜଳ ସଙ୍କଟ ଯୋଗୁଁ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଅନେକ ଜନ୍ତୁ ଜନବସତି ଆଡକୁ ଚାଲି ଆସି ମୃତ୍ୟୁର ଶିକାର ହେଉଛନ୍ତି । ଅନ୍ୟପକ୍ଷରେ ମନରେଗା ଯୋଜନାରେ ଖନନ ହୋଇଥିବା ପୋଖରୀ କାଗଜ କଲମରେ ତିଷ୍ଠି ରହିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପୋଖରୀ ଖନନ ପାଇଁ ଶ୍ରମିକ ମିଳୁନଥିବାକୁ ଆଳ କରି ମନରେଗା ଯୋଜନା ଅର୍ଥ ପଞ୍ଚାୟତରେ ଖର୍ଚ୍ଚ ହୋଇ ନପାରି ପଡି ରହିଛି । ଜୁନର ପ୍ରଥମ ମୌସୁମୀ ବର୍ଷାକୁ ଅପେକ୍ଷା କରି କାର୍ଯ୍ୟ ହେବା ସହିତ ମନରେଗା ଅର୍ଥ ଆତ୍ମସାତ କରାଯାଉଛି । ଏହି ପରିପ୍ରେକ୍ଷୀରେ କେବଳ ମନରେଗା ଯୋଜନାକୁ ନିର୍ଭର ନକରି ପଶ୍ଚିମ ଓଡିଶା ବିକାଶ ପରିଷଦ, ବିଧାୟକ, ସାଂସଦ ଅନୁଦାନରୁ ଜଳ ଉତ୍ସର ପୁନରୁଦ୍ଧାର କଲେ ଜଳ କଷ୍ଟ ଦୂର ହୋଇପାରିବ ବୋଲି ଜନ ସଧାରଣରେ ଆଲୋଚନା ହେଉଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.