“ମୋ ଘର” ଯୋଜନାକୁ ନେଇ ନର୍ଲା ବ୍ଲକରେ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାର “ପ୍ରଧାନ ମନ୍ତ୍ରୀ ଆବାସ” ଯୋଜନାରେ ଗରୀବ ମାନଙ୍କୁ ଗୃହ ପ୍ରଦାନ କରୁଥିବା ବେଳେ ରାଜ୍ୟ ନବୀନ ସରକାର ମଧ୍ୟ ଗରୀବ ହିତାଧିକାରୀ ମାନଙ୍କୁ “ବିଜୁ ପକ୍କାଘର” ନିର୍ମାଣ ପାଇଁ ୪ ଗୋଟି କିସ୍ତିରେ ୧,୩୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି ଯାହା କି ସମ୍ପୂର୍ଣ୍ଣ ମାଗଣା । କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ଏ ଟଙ୍କା ହିତାଧିକାରୀଙ୍କୁ ଆଉ ଫେରସ୍ତ ଦେବାକୁ ପଡୁନି । ଏହି ଯୋଜନାରେ ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଲୋକେ ଲାଭ ପାଉଥିବା ବେଳେ ରାଜ୍ୟ ସରକାର ଏବେ ଗୃହ ନିର୍ମାଣ ପାଇଁ “ମୋ ଘର” ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ସମସ୍ତ ବର୍ଗର ଲୋକେ ଯେଉଁ ମାନେ ଘରଖଣ୍ଡେ ନିର୍ମାଣ କରିବା ପାଇଁ ଅକ୍ଷମ ସେମାନଙ୍କୁ ୧ ଲକ୍ଷ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି । ଯେଉଁଥିରେ ରିହାତି ମଧ୍ୟ ରହିଛି ।ଏହି ଯୋଜନା ଏବେ ନୂଆ ଭାବରେ ଲାଗୁ ହୋଇଥିବା ବେଳେ ଏହାକୁ ନେଇ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଜନ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟ ସରକାରଙ୍କର ଏହି “ମୋ ଘର” ଯୋଜନାରେ ବିଭିନ୍ନ ବର୍ଗର ଲୋକ, ଅନୁସୁଚିତ ଜାତି, ଜନ ଜାତି, ମହିଳା,ଭିନ୍ନକ୍ଷମ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଭାବରେ ରିହାତି ମଧ୍ୟ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କ୍ରମରେ ମୋ ଘର ଯୋଜନାକୁ ନେଇ ନର୍ଲା ବ୍ଲକର ସମ୍ମେଳନ କକ୍ଷରେ ବିଡିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଆକାଉଣ୍ଟ ଅଫିସର ପଞ୍ଚାନନ ତାଣ୍ଡି, ସିଡିପିଓ ନିବାସିନୀ ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଅମିତ କୁମାର ସିଂ, ବିଚିତ୍ରାନନ୍ଦ ନାଏକ, ସୁକାନ୍ତୀ ବିଶ୍ୱାଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲିଧର ମୁଣ୍ଡ, ଜିତେନ୍ଦ୍ର ଯୋଶୀ, ସହଶ୍ରଂଶୁ ମିଶ୍ର, ସେନାପତି ମଙ୍ଗରାଜ, ସରୋଜ ମହାରଣା ତଥା ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସିପି ସୁଧାଂଶୁ ପାଣିଗ୍ରାହୀଙ୍କ ସମେତ ନବ ନିଯୁକ୍ତ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ଜିଆରଏସ ମାନେ ଯୋଗଦାନ କରିଥିଲେ । ବିଡିଓ ଶ୍ରୀମତୀ ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବାଲେଶ୍ୱର ର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସରର ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Udyog Nursery
Udyogi Nursery

ନର୍ଲା ବିଡିଓ ଶ୍ରୀମତୀ ସେଠୀ ରାଜ୍ୟ ସରକାରଙ୍କର “ମୋ ଘର” ଯୋଜନା କିଭଳି ଅଧିକରୁ ଅଧିକ ଉପଭୋକ୍ତାଙ୍କ ନିକଟକୁ ପହଞ୍ଚି ପାରିବ ସେଥିପାଇଁ ସମସ୍ତଙ୍କ ପ୍ରୟାସ ରହିବା ଏକାନ୍ତ ଆବଶ୍ୟକ ବୋଲି କହିବା ସହିତ ଏହି ଯୋଜନାରେ କେଉଁ ମାନେ ଘର ପାଇ ପାରିବେ । କେଉଁ ମାନଙ୍କ ପାଇଁ କେତେ ସବସିଡିର ବ୍ୟବସ୍ଥା ରହିଛି ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସହିତ ଗାଁ ଗାଁ ଓ ଘରେ ଘରେ ଏହି ଯୋଜନା ସମ୍ପର୍କିତ ଲିଫଲେଟ ସବୁ କିଭଳି ପହଞ୍ଚି ପାରିବ । ଏହାର କେମିତି ବହୁଳ ପ୍ରଚାର ପ୍ରସାର ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାପାଇଁ, ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ମାନଙ୍କୁ କହିଥିଲେ । ମିଟିଂ ସ୍ଥଳରେ ଏହି ଯୋଜନା ସମ୍ପର୍କିତ ବୋର୍ଡ ଲଗାଯିବା ସହ ପ୍ରୋଜେକ୍ଟର ମାଧ୍ୟମରେ ଏହି ଯୋଜନା ବିଷୟରେ କଥାଚିତ୍ର ସିପି ଶ୍ରୀ ପାଣିଗ୍ରାହୀ ପ୍ରଦର୍ଶିତ କରିଥିଲେ । ଏକାଉଣ୍ଟ ଅଫିସର ଶ୍ରୀ ତାଣ୍ଡି ପରିବେଶ ପ୍ରଦୁଷଣ ଓ ବୃକ୍ଷରୋପଣ ବିଷୟରେ କବିତା ପାଠ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଡିଓ ଶ୍ରୀମତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.