୫ଟି ସଚିବଙ୍କ ଗସ୍ତକୁ ଡର: ଚୂନ ମାରି ମରାମତି ହେଉଛି ରାୟଗଡା ସାର୍କିଟ୍ ହାଉସ୍‌

ମାସ ମାସ ଧରି ସଫା ହୋଇ ନ ଥିଲା ସମ୍ମୁଖ ବଗିଚା ହେଲା ସଫା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଜୁଲାଇ ୭ ତାରିଖରେ ରାୟଗଡା ଜିଲ୍ଳାକୁ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ଆଉ ୫ଟି ସଚିବଙ୍କ ଗସ୍ତକୁ ନେଇ ଜିଲ୍ଳା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ତତ୍ପରତା । ମାସ ମାସ ଧରି ଅଳିଆ ଆର୍ବଜନା ଓ ମରାମତି ଅଭାବରୁ ରୁଗ୍‌ଣ ହୋଇ ପଡି ରହିଥିବା ସାର୍କିଟ ହାଉସର ମରାମତି ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ୨ଦିନ ଧରି ଯୁଦ୍ଧକାଳୀନ ଭିତିରେ ସାର୍କିଟ ହାଉସର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚୁନ ମରା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାର୍କିଟ ହାଉସ ପରିସରରେ ଦୀର୍ଘ ଦିନ ଧରି ସଫା ନ ହୋଇ ପଡି ରହିଥିବା ବଗିଚାକୁ ମଧ୍ୟ ସଫା କରାଯାଇଥିବା ଦେଖିବାକୁ ମିଳିଛି । ସାର୍କିଟ ହାଉସ ଠାରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ରହଣୀ ବ୍ୟବସ୍ଥା କରାଯାଉଥିବାରୁ ସାର୍କିଟ୍ ହାଉସରେ ଥିବା ରୁମ୍ ଗୁଡିକୁ ଯଥାଶୀଘ୍ର ରହଣୀୟ ଉପଯୋଗୀ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ସାର୍କିଟ ହାଉସରେ ଅନେକ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସଙ୍କ ସମେତ ରାୟଗଡା ଗସ୍ତରେ ଆସୁଥିବା ବିଭିନ୍ନ ଦଳୀୟ ରାଜନେତା, ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଆସି ରହୁଥିବା ବେଳେ ବର୍ଷ ବର୍ଷ ଧରି ସାର୍କିଟ ହାଉସରେ ଅନେକ ଅବ୍ୟବସ୍ଥା ଯୋଗୁଁ ସମସ୍ତେ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି ।

Udyog Nursery
Udyogi Nursery

ତେବେ ସାର୍କିଟ ହାଉସ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ସାର୍କିଟ ହାଉସର ଆବଶ୍ୟକ ମରାମତି ତଥା ସୈାନ୍ଦର୍ଯ୍ୟକରଣ ଉପରେ ଆଦୈା ଧ୍ୟାନ ଦେଉ ନ ଥିବା ବେଳେ ୫ଟି ସଚିବଙ୍କ ଗସ୍ତକୁ ନେଇ ତରବରିଆ ଭାବେ ଯେଉଁ ସବୁ ଉପର ଠାଉଁରିଆ କାର୍ଯ୍ୟ କରୁଛନ୍ତି ତାହାକୁ ଦେଖି ଅନେକ ୫ଟି ସଚିବଙ୍କ କାର୍ଯ୍ୟାନୁଷ୍ଠାନର ଭୟକୁ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ଛାନିଆର ପ୍ରଭାବ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.