ସବୁବେଳେ ମାଗୁଥିଲି
ତମ ଛବିଟିଏ
ଦେଲ ମୋତେ ଚୁମ୍ବନ …।।
ଅଲଗା ସେ ଋତୁ
ପୁଣି ବସନ୍ତର
ଯଥେଷ୍ଟ ପୂର୍ବରେ
ତମ ଚୁମ୍ବନରେ
ଜର୍ଜରିତ ହୃଦୟ
ଏବଂ
ଦିଗବିଦିତ ସମ୍ରାଟ ପରି
ଚାଲିଥିଲି
ତମ ଦେହ ସହ ଯୁଦ୍ଧ କରି ।।
ପରିଣତି ଅନ୍ତିମର
ତିଲେବି ମୋ ହୃଦୟରେ
ମର୍ମୀତ ହେଲା ନାହିଁ
ତଥାପି
ମୁଁ ଶେଷେ ହାରିଗଲି
ତମ ପ୍ରେମ ବୋଲା ହସରେ ।।
ତପନ କୁମାର ସାହୁ
ରିଞ୍ଜା, କଳାହାଣ୍ଡି
ମୋ : ୭୩୨୮୦୦୧୫୭୫
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇