ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରାଉ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଗ୍ରେଡ଼ ୩କୁ ପଦୋନ୍ନତି ପାଇଥିବା ୪୪୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୩୧୫ ଜଣଙ୍କ କାଉନସେଲିଂ ଚାଲିଥିବା ବେଳେ, ବିଭିନ୍ନ କାରଣ ଦର୍ଶାଇ ସେଥିରୁ ୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ବାତିଲ କରି ଦେଇ ଥିବାରୁ ବାତିଲ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀଙ୍କୁ ଘେରାଉ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କ ଗାଡି ଆଗରେ ବସି ପଡ଼ିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଚାଲିଥିବା କାଉଁସିଲିଂକୁ ବାତିଲ କରିବା ପାଇଁ ଦାବି କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ କାଉନସେଲିଂ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଅପର ପ୍ରାଇମେରୀ ୩୧୫ ଜଣ ଶିକ୍ଷକ ଲେବଲ ୪ ରୁ ଲେବୁଲ ୩ କୁ ପ୍ରମୋସନ ପାଇଁ ଚାଲିଛି କାଉନସେଲିଂ । କେଉଁ ପରିସ୍ଥିତିରେ ଓ କେଉଁ କାରଣ ପାଇଁ କଟାଗଲା ବୋଲି ପ୍ରଶ୍ନ ପଚାରିବାରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ କହିଥିଲେ ଯଦି କିଛି ଭୁଲ ହୋଇଥାଏ ପରେ ସମାଧାନ କରାଯିବ। ଗୋଷ୍ଠି ଶିକ୍ଷା ଅଧିକାରୀ ମାନେ କିଛି ଟା ଭୁଲ ରିପୋର୍ଟ ଦେଇଥିବା ଦ୍ବାରା ଏଭଳି ଘଟଣା ଘଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି। ଏହା ପରେ ଚିଠି ମାଧ୍ୟମରେ ନିର୍ଦେଶଙ୍କୁ ଜଣାଯିବ। ଶିକ୍ଷକଙ୍କ ଅଭିଯୋଗ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ୍ୟ ନ ଥିଲେ ସୁଦ୍ଧା ସେମାନଙ୍କୁ କିପରି ଏହି ପ୍ରମୋସନରେ ସାମିଲ କରାଗଲା। ଏହା ପଛରେ ଅର୍ଥ କାରବାର ହୋଇଥିବା କିଛି ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି। ଏ ନେଇ ଜିଲ୍ଲା ଶିକ୍ଷା ଅଧୂକାରୀ କହିଛନ୍ତି ଯଦି ସେପରି କିଛି ଭୁଲ ହୋଇଥାଏ ତାହା ସଂଶୋଧନ କରାଯିବ। ଅନ୍ୟ ପଟରେ ନିର୍ଦେଶକଙ୍କୁ ବାରମ୍ବାର ନୋଟିଫିକେସନ ବଦଳାଇ ବାକୁ ନେଇ ମଧ୍ୟ ଶିକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହି ଶିକ୍ଷକ ମାନଙ୍କ ଦାବିକୁ ପୂରଣ କରାନଯାଏ ତାହା ହେଲେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଚେତାବନୀ ଦେଇଥ‌ିବା ଶୁଣିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.