ବିଖ୍ୟାତ ଆଇନଜୀବୀ ପ୍ରହଲ୍ଲାଦ ନନ୍ଦ ଆଉ ନାହାନ୍ତି; ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ ଅନ୍ତିମ ଦର୍ଶନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଅପରାହ୍ନରେ ସୁବର୍ଣ୍ଣପୁରର ବରିଷ୍ଠ, ଅଭିଜ୍ଞ ତଥା ସରକାରୀ ଓକିଲ ଶ୍ରୀ ପ୍ରହଲ୍ଲାଦ ନନ୍ଦଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସୋନପୁର ସହର ତଥା ଜ଼ିଲ୍ଲା ଓକିଲ ସଂଘ ଓ ବିଭିନ୍ନ ମହଲ ରେ ଶୋକ ଖେଳି ଯାଇଛି l ଶ୍ରୀ ନନ୍ଦ ଜଣେ ଖୁବ ମେଳାପି, ସରଳ, ସଫଳ, ପଖୋତ ଆଇନଜ୍ଞ ଓ ପରିବର୍ତ୍ତନଶିଳ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ଥିବା ବେଳେ ୧୯୭୩ ମସିହା ରେ ଜ଼ିଲ୍ଲା ଟ୍ର୍ରଷ୍ଟ ଫଣ୍ଡ ମୋମେଣ୍ଟ ର ଜଣେ ଆଗଧାଡି ଯୋଦ୍ଧା ଭାବେ ଏବଂ ବିନିକା ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ ଅନନ୍ତରାମ ନନ୍ଦଙ୍କ ସୁ-ପୁତ୍ର ଭାବେ ଖୁବ ପରିଚିତ ଥିଲେ l ଆଜି ସହରର ତ୍ରିବେଣୀ ସଙ୍ଗମ ରାମେଶ୍ୱର ସ୍ମଶାନ ଘାଟରେ ସ୍ୱର୍ଗତ ନନ୍ଦଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଝାରୀଙ୍କ ସମେତ ସହରର ବହୁ ବିଶିଷ୍ଠ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ବର୍ଗତ ନନ୍ଦଙ୍କ ଅନ୍ତିମ ଦର୍ଶନ କରି ସ୍ବର୍ଗୀୟ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.