ଥୁଆମୁଳ ରାମପୁରରେ କାଳବୈଶାଖୀର ତାଣ୍ଡବ : ସ୍ଥିତି ଅନୁଧ୍ୟାନ କରିବାକୁ ଆସିନାହାନ୍ତି ଅଧିକାରୀ

କଳାହାଣ୍ଡି,୧୩/୫ : କାଳବୈଶାଖୀ ପ୍ରଭାବରେ
କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅଞ୍ଚଳର  ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏହି ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁର ପଂଚାୟତ ଅଧିନସ୍ତ ଫଟକିମହୁଲ, ଚିଙ୍ଗିଡିଫାସ, ବଡବଫଲା ଆଦି ଗ୍ରାମରେ ଗୃହ ପାଲିତ ଜୀବଜନ୍ତୁ ମୃତ୍ୟୁ ବରଣ କରିବା ସହ ଫସଳ ଗୁଡିକରେ ବ୍ୟାପକ କ୍ଷତି ହୋଇଛି । ଚିଙ୍ଗିଡିଫାସର ଧଂମତୀ ମୁଦୁଲି, ରଜନି ନାଏକ, ଲୁକୁ ମୁଦୁଲି, ଜଗା ଝଡିଆଙ୍କ ଘର ଛାତ ଉଡିଯାଇ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବଡବଫଲା ଗାଁର ସୁନାଧର ମାଝୀଙ୍କ ଘର ମଧ୍ୟ ଅନୁରୁପ ଭାବେ ଉଡି ଯାଇଥିବା ଜଣାପଡିଛି । ରବିବାର ଦିନ ଅପରାହ୍ନ ୪ଟାରୁ ୫ଟା ସମୟ ଏକ ଘଣ୍ଟା ଭିତରେ କାଳବୈଶାଖୀ ହୋଇଥିଲା । ତେବେ କାଳବୈଶାଖୀ ଛାଡିବାର ଦୁଇଦିନ ପରେ ମଧ୍ୟ ସଂପୃକ୍ତ ଅଂଚଳକୁ କୌଣସି ବିଭାଗୀୟ କର୍ମଚାରୀ ଗ୍ରାସ୍ତ କରିନଥିବା ଜଣାପଡିଛି । ଅନ୍ୟପକ୍ଷେ ଜନ ପ୍ରତିନିଧି ମାନେ ମଧ୍ୟ ଏଭଲି ସମୟରେ ଉପସ୍ଥିତି ଯାହିର କରୁନଥିବାରୁ ଜଣ ସାଧାରଣରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଗାଁ ଲୋକ ମାନେ କ୍ଷତି ପୂରଣ ସହାୟତା ରାଶି ଅପେକ୍ଷାରେ ରହିଥିବା ବେଳେ କ୍ଷୟକ୍ଷତି ଆକଲନ କରାଯାଉ ନଥିବାରୁ ଏହି ଆଶା ପୂର୍ଣ୍ଣ ହେବକି ନାହିଁ ତାହା ବୁଝା ପଡୁନାହିଁ । ଏଥିପ୍ରତି ଉର୍ଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

 

ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.