କଳାହାଣ୍ଡି,୧୪/୫ : ପ୍ରବଳ ଗରମ ଓ ଝାଞ୍ଜି ଯୋଗୁଁ କଳାହାଣ୍ଡିର ଜନଜୀବନ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ସକାଳୁ ଜିଲ୍ଲାର ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଆକାଶରେ ମେଘର ରାଜୁତି ଚାଲିଛି । ଧର୍ମଗଡ, ନର୍ଲା, ଜୁନାଗଡ, କେସିଙ୍ଗା, କର୍ଲାମୁଣ୍ଡା ଓ କୋକସରା ବ୍ଲକର କେତେକ ଅଞ୍ଚଳରେ ସକାଳୁ ସାମାନ୍ୟ ବର୍ଷା ହୋଇଥିବାବେଳେ ଅନ୍ୟ ଅଞ୍ଚଳ ମାନଙ୍କରେ ଝିପି ଝିପି ବର୍ଷା ହୋଇଥିବା ସୂଚନା ମିଳୁଛି । ସେହିପରି ଲାଞ୍ଜିଗଡ, ମ.ରାମପୁର, ଥୁଆମୁଲ ରାମପୁର, ଜୟପାଟଣା ଅଞ୍ଚଳରେ ପବନ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି ।
ତାତିରୁ ସାମୟିକ ଆସ୍ବସ୍ତି, ସଜବାଜ ହେଉଛି ଚାଷୀ
ଅକ୍ଷୟ ତୃତୀୟା ପରେ ପରେ ଆକାଶକୁ ଅନେଇ ରହିଥାଏ ଚାଷି । ଏହି ସମୟରେ ବର୍ଷା ହେଲେ ଚାଷି ଜମିକୁ କର୍ଷଣ କରି ଚାଷ ବାଷ ପାଇଁ ପ୍ରସ୍ତୁତ ହୋଇଯାଏ । ଅଦିନିଆ ବର୍ଷା ବି ଚାଷି ପାଇଁ ମଙ୍ଗଳ ଦାୟୀ ହୋଇଥାଏ ।
ଆଜି ସକାଳୁ ବିଭିନ୍ନ ଅଞ୍ଚଳର ଦୃଷ୍ୟ
(ଜୁନାଗଡ ସହର)
(ବୁଢିପଦର, ନର୍ଲା)
(ରିଞ୍ଜା – ଟକାରୁମାଲ, କଳାହାଣ୍ଡି )
( ଲାଞ୍ଜିଗଡ )
( କୁସୁମଖୁଣ୍ଟି, କୋକସରା )
( ଧର୍ମଗଡ ସହର )
ରିପୋର୍ଟ : ଲବଣି ରାଉତ, ରାକେଶ ବେମାଲ, ହିରଣ୍ୟ ବେହେରା, ଦୂଃଖିଶ୍ୟାମ ନାଗ (ନିଲେସ), ତୁଲେଶ୍ବର ବେହେରା ଓ ବାଲକୁମାର ସାହୁ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇