ସୁବର୍ଣ୍ଣପୁରରେ ନର୍ସ ଦିବସ ପାଳିତ
ସୋନପୁର : ସୁବର୍ଣ୍ଣୁର ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରରେ ଆର୍ନ୍ତଜାତିକ ନର୍ସ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ସରୋଜ କୁମାର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ନିଷ୍ଠାପର ସେବା ପାଇଁ ନର୍ସ ମାନଙ୍କ ଅବଦାନ ସର୍ବଦା ବନ୍ଦନୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ । ତାଲିମ କେନ୍ଦ୍ରର ଅଧ୍ୟକ୍ଷା କନକଲତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ.ପ୍ରଦୀପ କୁମାର ଗୁରୁ, ଭେଷଜ ବିଶେଷଜ୍ଞ ଡ.ହେମନ୍ତ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ନର୍ସ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ସର୍ବଦା ନର୍ସ ମାନେ ସେବାକୁ ନିଜର ଧର୍ମ ଭାବରେ ଗ୍ରହଣ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଫେସନ ସୋ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେସଙ୍ଗୀତ ନିର୍ଦେଶକ ବିକାଶ ଚନ୍ଦ୍ର ମିଶ୍ର, ଜିତେନ୍ଦ୍ର ମହାପାତ୍ର ଓ ପ୍ରଦ୍ୟୁମ୍ନ କୁମାର ସାହୁ
ବିଚାରକ ଭାବରେ ଦାୟିତ୍ୱ ତୁଲାଇଥିଲେ । ପରେ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ନାଟ୍ୟକାର ରତି ମିଶ୍ରଙ୍କ ଲିଖିତ ଓ ଅବିନାଶ ହୋତାଙ୍କ ନିର୍ଦେଶିତ ନାଟକ ‘ହଂସ ଶିକାର’ ମଞ୍ଚସ୍ଥ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଲେସଲି ହାସଁଦା, ସ୍ମିତାଶ୍ରୀ
ନାୟକ, ରୋଶନୀ ହାସଁଦା, ସମୀର ସାହୁ, କ୍ଷୀରୋଦ ବିଶ୍ୱାଳ, ଗଣେଶ ଚୌଧୁରୀ, ବାବଲୁ କୁମ୍ଭାର, ନାରାୟଣ ପାଢୀ ପ୍ରମୁଖ ସହଯୋଗ କରିଥିଲେ ।
ସୋନପୁର ଜିଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇