କଳାହାଣ୍ଡି, (ହେମନ୍ତ ସାହୁ) : ମ.ରାମପୁର କୋର୍ଟର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ଇପସିତା ମହାନ୍ତିଙ୍କୁ ମ.ରାମପୁର ଓକିଲ ସଂଘ ତରଫରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓକିଲ ସଂଘର ସଭାପତି ସପନ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ବିଶ୍ୱମ୍ବର ରଣା, ବରିଷ୍ଠ ଆଇନଜୀବି ହିତେନ୍ଦ୍ର ମହାନ୍ତି, ଅଶ୍ୱିନୀ ପଣ୍ଡା, ଜୟକୁମାର ସିଂହଦେଓ, ପ୍ରକାଶ ପଣ୍ଡା, ସତ୍ୟ ନାରାୟଣ ସାହୁ, ଗୌର ହରିଜନ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଜଣେ ନିରପେକ୍ଷ ତଥା କର୍ତ୍ତବ୍ୟପରାୟଣ ବିଚାରପତି ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ ଶ୍ରୀମତୀ ମହାନ୍ତି । ସେ ଏଠାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲକୁ ବଦଳି ହେଇଥିବା ସୂଚନା ମିଳିଛି ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇