ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ପାଣିକୁ ନେଇ ବିବାଦର ଅନ୍ତ ହୋଇନାହିଁ । ଅନ୍ୟପକ୍ଷରେ ଚଳତି ନର୍ବାଚନରେ ଶାସକ ଦଳର ମୁଖ୍ୟ ଏଜେଣ୍ଡା ହୋଇଥିବା ମହାନଦୀ ପ୍ରସଙ୍ଗ ହଜିଯାଇଥିବା ପରି ମନେ ହେଉଛି। ଏବେ ଠାରୁ ମହାନଦୀ ସୁଖିଲା ପଡ଼ଥିିଲେ ମଧ୍ୟ ସରକାରଙ୍କ ନିଘା ନାହିଁ । ନିର୍ବାଚନ ଆରମ୍ଭରୁ ମହାନଦୀକୁ ପ୍ରସଙ୍ଗ କରି ଶାସକ ଦଳ ମଇଦାନକୁ ଆସବି ବୋଲି ଲୋକେ ଆଶା କରୁଥିଲେ । କିନ୍ତୁ ଏପରି ହେଲା ନାହିଁ । ମହାନଦୀକୁ ନେଇ ଉଭୟ ରାଜ୍ୟର ଅଭିଯୋଗ ଥିବାବେଳେ ଏନେଇ ମାମଲା ମଧ୍ୟ ଦାୟର ହୋଇଛି । ମହାନଦୀରେ ଛତଶିଗଡ଼ ସରକାର ଡ୍ୟାମ୍ ଓ ବ୍ୟାରେଜ ନର୍ମାଣ କରି ଜଳ ପ୍ରବାହକୁ ଅଟକାଇ ଦେଇଥିବା ଓଡ଼ଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରଥିିବା ସହିତ ଛତିଶଗଡ଼କୁ ଏନଜଟି କୁ ମଧ୍ୟ ଟାଣଛିନ୍ତି।
୧୯୮୩ ମସହିରେ ହୋଇଥିବା ଚୁକ୍ତି ଓଡ଼ଶା ଓ ଛତଶିଗଡ଼ ସରକାର ଉଲଂଘନ କରଥିିବା ଓଡ଼ଶାର ତୁଙ୍ଗ ନେତାମାନେ ଅଭଯୋଗ କରଛିନ୍ତି। ଏହା ସତ୍ତ୍ୱେ ମହାନଦୀ ପ୍ରସଙ୍ଗ ନର୍ବାଚନ ସମୟରେ ଆଲୋଚନା ନହେବା ନେଇ ଭନ୍ନି ଭନ୍ନି କଥା ଚର୍ଚ୍ଚା ହେଉଛି । ଇନ୍ଦ୍ରାବତୀ ନଦୀ ଜଳ ବଣ୍ଟନକୁ ନେଇ ୨୦୧୪ ମସହାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାମୁହିଁ ପରସ୍ଥିତି ଉପୁଜିଥିଲା। ଓଡ଼ଶାର କଳାହାଣ୍ଡି ଜିଲ୍ଲା ଦଣ୍ଡକାରଣ୍ୟରୁ ବାହାରିଥିବା ଇନ୍ଦ୍ରାବତୀ ନଦୀ ୧୬୪ କିମି ଓଡ଼ଶାରେ ବୋହି ଛତଶଗଡ଼ର ବସ୍ତର ଜିଲ୍ଲାରେ ପ୍ରବେଶ କରଛି । ଇନ୍ଦ୍ରାବତୀ ପାଣିକୁ ନେଇ ୯ ଡସେମ୍ବର ୧୯୭୫ ମସହିରେ ଓଡ଼ଶା ଓ ତତ୍କାଳୀନ ମଧ୍ୟପ୍ରଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ଓଡ଼ଶା ସରକାର ଇନ୍ଦ୍ରାବତୀ ଡ୍ୟାମ୍ ରୁ ୪୭.୮ ଟିଏମସି ପାଣି ଯୋଗାଇବାଇବା କଥା । ବର୍ଷା ଅଭାବରୁ ୨୦୦୯ ମସିହାରେ ୪୬.୯୩୧ ଟିଏମସି ଓ ୨୦୧୧ ମସିହାରେ ୪୨.୬୮୧ ଟିଏମସି ପାଣି ଦେବାକୁ ପଡ଼ଥିିଲା । ଏନେଇ ଛତଶିଗଡ଼ ସରକାର ୧୬ ଏପ୍ରିଲ୍ ୨୦୧୫ରେ ଉଚ୍ଚ ସ୍ତରୀୟ କମଟି ଗଠନ କରଥିିଲେ ।
ଛତିଶଗଡ଼ ଇନ୍ଦ୍ରାବତୀ ନଦୀ ପ୍ରକଳ୍ପର ନର୍ବାହୀ ଯନ୍ତ୍ରୀ ପିକେ ଶର୍ମା ଭୁବନେଶ୍ୱର ଆସି ଓଡ଼ଶାର ଜଳ ସମ୍ପଦ ବିଭାଗର ସଚିବ ପିକେ ଜେନା, ନିର୍ବାହୀ ଯନ୍ତ୍ରୀ ଜାନକୀବଲ୍ଲଭ ପାଣଗ୍ରାହୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରଥିିଲେ । ଇନ୍ଦ୍ରାବତୀ ନଦୀରେ ଓଡିଶାର ସତୁପଦର ଗ୍ରାମଠାରେ ଛତଶିଗଡ଼ ସରକାର ନର୍ମାଣ କରୁଥିବା ଇନ୍ଦ୍ରାବତୀ କଣ୍ଟ୍ରୋଲ ଷ୍ଟ୍ରକଚର୍ ଓ ଗଜସାଇଡ୍ ଅଫିସ ନର୍ମାଣ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଇନ୍ଦ୍ରାବତୀ ଜଳ ବିଭାଜନକୁ ନେଇ ଛତଶିଗଡ଼ ସରକାର ଓଡ଼ିଶା ସରକାର ଉପରେ ଅନେକ ଚାପ ସଷ୍ଟି କରି ଆସଥିବା ବେଳେ ମହାନଦୀ ଜଳ ବଭାଜନକୁ ନେଇ ଓଡ଼ିଶା ସରକାର ଉଦାସୀନ ରହୁଥିବା ଅଭିଯୋଗ ହେଇଛି ।
ଇନ୍ଦ୍ରାବତୀରୁ ପାଣିପାଇବାକୁ ଛତଶିଗଡ଼ର ଅଧିକାରୀ ଅନେକଥର ଓଡ଼ିଶା ସରକାରଙ୍କ ସହ ଭୁବନେଶ୍ୱରରେ ବୈଠକ କରିସାରଛିନ୍ତି । କିନ୍ତୁ ମହାନଦୀ ପାଣିକୁ ନେଇ ଓଡ଼ିଶା ସରକାର କେତେ ଗରୁତ୍ବ ଦେଉଛନ୍ତି ତାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନବାଚୀ ସଷ୍ଟି ହୋଇଛି । ଓଡ଼ିଶା ସରକାର ଛତଶଗଡ଼ ସରକାରଙ୍କ ସହତି ବ୍ୟାରେଜ, ଡ୍ୟାମ ନିର୍ମାଣ କରବା ପୂର୍ବରୁ ମହାନଦୀ ଜଳ ବଭାଜନକୁ ନେଇ ଚର୍ଚ୍ଚା କରଥିିଲେ ହୁଏତ ବର୍ତ୍ତମାନର ଅବସ୍ଥା ସଷ୍ଟି ହୋଇନଥାନ୍ତା ବୋଲି ଆଲୋଚନା ହେଉଛି ।
ଉପସ୍ଥାପନା :
ସୁଶାନ୍ତ କୁମାର ସାହୁ
ସୋନପୁର ଜିଲ୍ଲା ପ୍ରତିନିଧି
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇