ନର୍ଲା ରଥଯାତ୍ରାରେ ଯୁବ ବ୍ୟବସାୟୀଙ୍କ ସେବାକୁ ନେଇ ବିଭିନ୍ନ ମହଲରେ ପ୍ରସଂଶା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ୧୦ ରୁ ଉର୍ଦ୍ଧ୍ବ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ଓ ରୁପ୍ରାରୋଡ଼ ରଥଯାତ୍ରା ଓ ବାହୁଡା଼ ଯାତ୍ରାରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା । ପ୍ରବଳ ଜନ ଗହଳି ସାଙ୍ଗକୁ ଗରମ ଓ ଗୁଳୁଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଏସବୁକୁ ଲକ୍ଷ୍ୟ କରି ନର୍ଲା ଯୁବ ବ୍ୟବସାୟୀ ପ୍ରସାଦ, ମନୋଜ ମହାପାତ୍ର, ଅମୀତ ଅଗ୍ରୱାଲା, ରୋହନ ଖେତାନ, ଦୀପକ ଅଗ୍ରବାଲ, ନିକୁଞ୍ଜ ଦତ୍ତା, ବିକ୍ରମ ଅଗ୍ରବାଲ, ଆକାଶ ଅଗ୍ରୱାଲା, ପୁରବ ଅଗ୍ରୱାଲା, ପ୍ରୀତମ ସାହୁ, ଅଭିଳାଷ ବଂସଲ, ବଣ୍ଟି କମାନୀ ପ୍ରମୁଖ ଭକ୍ତ ମାନଙ୍କ ପାଇଁ ମାଗଣାରେ ପାନୀୟ ଜଳ ଯୋଗାଣ, ବୁନ୍ଦି ପ୍ରସାଦ ବଣ୍ଟନର ବ୍ୟବସ୍ଥା କରିବା ସହିତ ରଥଯାତ୍ରା ସମୟରେ ଉଠା ଦୋକାନୀ ମାନଙ୍କ ଦୋକାନ ଗୁଡିକ ପାଖରେ ପଡି ରହିଥିବା ମଇଳା ଆବର୍ଜନା ସବୁ ସଫା କରି ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସେହିଭଳି ରୁପ୍ରାରୋଡ଼ ରଥଯାତ୍ରା ଓ ବାହୁଡା଼ଯାତ୍ରା ସମୟରେ ରୁପ୍ରାରୋଡ଼ର ବଣ୍ଟୁ ଅଗ୍ରୱାଙ୍କ ପରିବାର ତରଫରୁ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ମାଗଣାରେ ଥଣ୍ଡା ପାନୀୟ ଜଳ ବଣ୍ଟନର ସୁବିଧା କରିଥିଲେ । ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ତୃଷାର୍ତ୍ତ ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ଭଳି ସୁବ୍ୟବସ୍ଥା କରାଯାଇଥିବାରୁ ଓ ସ୍ବେଚ୍ଛାକୃତ ଭାବରେ ରାସ୍ତାଘାଟ ସଫା କରାଯାଇଥିବାରୁ ନର୍ଲାର ଯୁବ ବ୍ୟବସାୟୀ ମାନଙ୍କୁ ଓ ରୁପ୍ରାରୋଡ଼ ବଣ୍ଟୁ ଅଗ୍ରୱାଲା ତଥା ସ୍ବେଛାସେବୀ ଯୁବ ବ୍ୟବସାୟୀ ମାନଙ୍କୁ ନର୍ଲା ଓ ରୁପ୍ରା ରୋଡ଼ର ବିଭିନ୍ନ ମହଲରୁ ଭୂୟସୀ ପ୍ରସଂଶା କରାଯାଇଥିବା ଜାଣିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.