ସୋନପୁରରେ ଉଦଘାଟନ ହେଲା ଉତ୍କଳ ବାଳାଶ୍ରମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ଉତ୍କଳ ବାଳାଶ୍ରମ ଅନୁଷ୍ଠାନିକ ଭାବରେ ସ୍ଥାନୀୟ ଶିଶୁ ଗୃହ ଠାରେ ଉଦଘାଟିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଉତ୍କଳ ବାଳାଶ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅକ୍ଷୟ କୁମାର ନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଉପସ୍ଥିତ ଥିଲେ । ଉଦଘାଟିତ ଏହି ବାଳାଶ୍ରମ ଜିଲ୍ଲାର ଅନାଥ ଅସହାୟ କୋମଳମୋତି ଶିଶୁଙ୍କ ବହୁବିଧ ଉନ୍ନତିର ସହାୟକ ହେବା ସହ ଶିଶୁଙ୍କ ଭବିଷ୍ୟତ ଜୀବନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରି ଏକ ସୁ ନାଗରିକ ଗଠନ କରିବାରେ ଗୁରୁତ୍ୱ ବହନ କରିବ ବୋଲି ଅତିଥି ବୃନ୍ଦ ବକ୍ତବ୍ୟରେ କହିଥିଲେ । ବର୍ତ୍ତମାନ ବାଳାଶ୍ରମରେ ମୋଟ ୫୦ ଜଣ ସମ୍ବେଦନଶୀଳ ଶିଶୁ ରହିବାର ବ୍ୟବସ୍ଥା ରହିଥିବା ବେଳେ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ଉତ୍କଳ ବାଳାଶ୍ରମ ସୁବର୍ଣ୍ଣପୁର ଜିଲ୍ଲାର ଏକ ମାତ୍ର ଅନୁଷ୍ଠାନ ଯାହା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ । ଏହି ଅନୁଷ୍ଠାନକୁ ସରକାରଙ୍କ ଉତ୍କଳ ବାଳାଶ୍ରମ ସ୍ୱୀକୃତି ମିଳିଥିବାରୁ ଏଠାରେ ରହୁଥିବା ଶିଶୁ ତାଙ୍କ ସମ୍ପର୍କୀୟ ତଥା ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ପାଇଛି । ଏହି ଉଦଘାଟନ ଉତ୍ସବ ଅବସରରେ ଜିଲ୍ଲା ଶିଶୁମଙ୍ଗଳ କମିଟି ସୁବର୍ଣ୍ଣପୁର ସଦସ୍ୟ ହେମନ୍ତ କୁମାର ସା, ଶାନ୍ତନୁ କର୍ଣ୍ଣ, ବୌଦ୍ଧ ଶିଶୁ ମଙ୍ଗଳ କମିଟି ସଦସ୍ୟ ରାଜୀବ ଲୋଚନ ନାୟକ, ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ, ମନୋଜ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମାଜ ସେବୀ ଗୋବିନ୍ଦ ମହାରଣା ତଥା ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.