ଓଡ଼ିଆ ବାର୍ତ୍ତା ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ବୈଦ୍ୟରାଜ ପବିତ୍ର ଶବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ଆୟୁର୍ବେଦିକ ଉପଚାର ମାଧ୍ୟମରେ କର୍କଟ ପରି ଅସାଧ୍ୟ ରୋଗକୁ ଠିକ୍ କରି ପାରୁଥିବା ଟୋଲବ୍ରାହ୍ମଣୀର ବିଖ୍ୟାତ ବୈଦ୍ୟରାଜ ପବିତ୍ର ଶବର ଓଡ଼ିଆ ବାର୍ତ୍ତାର ଷଷ୍ଠ ସ୍ଵନକ୍ଷତ୍ର ସମାରୋହ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମର ବୈଦ୍ୟରାଜ ଶ୍ରୀ ଶବର କର୍କଟ ରୋଗ ସହିତ ସିକଲିନ, ଜଣ୍ଡିସ, ବାତ, ମଧୁମେହ, ରକ୍ତଚାପ, ମିର୍ଗି, ମାନସିକ ବିକୃତି, ପକ୍ଷାଘାତ ପରି ଅନେକ ରୋଗର ନିବାରକ ଭାବେ କେବଳ ଓଡ଼ିଶା କାହିଁକି ସାରା ଦେଶରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି। ଏଥିସହ ମହିମା ଧର୍ମର ପୃଷ୍ଠପୋଷକ ଭାବେ ସେ ସୁପରିଚିତ। ତାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଛି ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ। ପ୍ରତ୍ୟହ ତାଙ୍କ ପାଖକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ରୋଗୀମାନେ ଚିକିତ୍ସିତ ହେବାପାଇଁ ଆସିଥାନ୍ତି। ପୂର୍ବରୁ ଶ୍ରୀ ଶବର ଓଡ଼ିଶା ସରକାରଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିବା ବେଳେ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ମାନୀତ ହୋଇଛନ୍ତି। ପ୍ରାଚୀନ ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଷୟରେ ଗଭୀର ଭାବରେ ଗବେଷଣା କରି ସେ ନୂତନ ତଥ୍ୟ ହାସଲ କରି ଦିନ ତମାମ ରୋଗୀ ସେବା କରି ଚାଲିଛନ୍ତି।  ରୁପ୍ରାରୋଡ ସ୍ଥିତ ଅଗ୍ରସେନ ଭବନ ଠାରେ ଓଡ଼ିଆ ବାର୍ତ୍ତାର ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ସାମ୍ବାଦିକ ୟୁନିଅନ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ସୁନୀଲ କୁମାର ଅଗ୍ରୱାଲ, ପ୍ରସାର ପରିଚାଳକ ରଜତ ବଂଶଲ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୈଦ୍ୟରାଜ ପବିତ୍ର ଶବରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.