୬ଟି ସରସ୍ୱତୀ ଶିଶୁ ମନ୍ଦିରକୁ ନେଇ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସଙ୍କୁଳର ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଆଜି ଗାୟତ୍ରୀ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ଶିଶୁ ମନ୍ଦିରର ଶିଶୁ ଭାଇଭଉଣୀମାନେ ଅଂଶଗ୍ରହଣ କରିଥିଲେ । ସକାଳ ୯ଘଂଟା ସମୟରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚିତଂଜୟ ବେହେରା ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏଥିରେ ରାୟଗଡା ସଙ୍କୁଳର ସଂଙ୍କୁଳ ପ୍ରମୁଖ ରମେଶ ଚନ୍ଦ୍ର ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ସଂପାଦକ ଡ.ସୁନୀଲ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡା ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବିଚାରକ ଭାବେ ନିମନ୍ତ୍ରିତ କରାଯାଇଥିବା ବେଳେ ସେମାନେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିଶୁଙ୍କ ପ୍ରକଳ୍ପ,ପ୍ରୟୋଗ,ପତ୍ର ବାଚନ ସହିତ ପାରମ୍ପରିକ ନୃତ୍ୟ କଳା ଓ ମୂର୍ତି କଳା ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସମାରୋପ କାର୍ଯ୍ୟକ୍ରମରେ ଗୁଣବତା ଓ ପ୍ରୟୋଗ ବିଜ୍ଞାନ ଜେକେପୁରର ଗୈାରୀ ଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜେକେ କାଗଜ କଳର କର୍ତୁପକ୍ଷ ହରିହର ଖମାରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିସହିତ ଜିଲ୍ଳା ପ୍ରମୁଖ ନରେନ୍ଦ୍ର ନାୟକ ଓ ବିଭିନ୍ନ ବିଦ୍ୟାମନ୍ଦିରର ପରିଚାଳନା ସମିତିର ସଦସ୍ୟସଦସ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକସେବିକାଙ୍କ ନିଷ୍ଠାପର ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନେଗୀ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.