ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମହିମା ପଞ୍ଚାୟତ ହାଇସ୍କୁଲ, ଡୁଡୁକାଠେଙ୍ଗାରେ ‘୫-ଟି’ ଯୋଜନାରେ ନୂତନ କେମ୍ପସ୍ ନିର୍ମାଣ ସକାଶେ ସର୍ବସାଧାରଣ, ପୁରାତନ ଛାତ୍ରଛାତ୍ରୀ ମୁକ୍ତ ହସ୍ତରେ ଅର୍ଥଦାନ ପାଇଁ ଗତ ୫ ତାରିଖରୁ ଲାଗି ପଡିଛନ୍ତି। ‘ମୋ ସ୍କୁଲ ଅଭିଯାନ ମଧ୍ୟମରେ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବୁଲି ଅର୍ଥ ସଂଗ୍ରହ କରୁଥିବାବେଳେ ରବିବାର ଖଲିଗଡ ଗ୍ରାମରେ ପହଞ୍ଚି ଥିଲେ। ଏଥିରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍କୁଲ ଆଲୁମିନା, ପୁରାତନ ଛାତ୍ର ଓ ଗ୍ରାମବାସୀ ସାମିଲ ହୋଇ ଘର କୁ ଘର ବୁଲିଥିଲେ। ଲୋକେ ମଧ୍ୟ ମୁକ୍ତ ହସ୍ତରେ ଅର୍ଥଦାନ କରି ଏହି ଅଭିଯାନ କୁ ସଫଲ କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ଅଭିଯାନରେ ପଦ୍ମନ ଚଲାନ, ବିରେନ କନ୍ଧ, ପୂରାତନ ଛାତ୍ର ଗୌରାଙ୍ଗ ନାଗ, ତ୍ରିଦର୍ଶ ନାଏକ, ଜୟସିଂ ମାଝୀ, ତ୍ରିନାଥ ପୁଝାରୀ, ନବେ ମାଝୀ, ଦେବିସିଂ ନାଗ, କବିର ବାଣୁଆ, ଦୈତାରୀ ଶବର, ଚନ୍ଦ୍ର ବାଣୁଆ, କୁମୁଦ ଚନ୍ଦ୍ର ଚଣ୍ଡୀ, ଦିଲିପ ଧରୁଆ, ଶିବ ରାମ ବାଣୁଆ ସମେତ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ।