ଗ୍ରାହକ ସେବା କେନ୍ଦ୍ରଙ୍କ ଏକଦିବସିୟ ଧର୍ମଘଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଅଗଷ୍ଟ ୧୪ ତାରିଖ ଦିନ ଷ୍ଟେଟ୍ ବ୍ୟାଙ୍କ ସିଏସ୍‌ପି ପରିଚାଳକ ମାନେ ବ୍ୟାଙ୍କର ବିନା ସାର୍‌କୁଲାର୍‌ରେ ସମସ୍ତ ସିଏସ୍‌ପି ମାନଙ୍କର ଆୟରୁ (ଏଭ୍‌ରେଜ୍ ବେଲେନ୍ସ)କୁ କୌଣସି ପ୍ରକାର ସୁଚନା ନଦେଇ କ୍ଷମତାର ଅପବ୍ୟବହାର କରି ଠିକା ସଂସ୍ଥା (ବିସି) ମାନଙ୍କ ମାଧ୍ୟମରେ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆୟ ଟଙ୍କାକୁ କାଟିନେଇଥିବା ଯୋଗୁଁ ସିଏସ୍‌ପି ପରିଚାଳକ ମାନେ କ୍ଷୁବ୍ଧ ହୋଇ ଅଲ୍ ଇଣ୍ଡିଆ ଏସ୍‌ବିଆଇ ସିଏସ୍‌ପି ଅପରେଟର ଆସୋସିଏସନ୍‌ର ଡାକରାରେ ଅଗଷ୍ଟ ୧୪ ତାରିଖ ଦିନ ସାରା ଭାରତ ବର୍ଷରେ ସିଏସ୍‌ପି କେନ୍ଦ୍ର ବନ୍ଦ ରଖିଥିବା ବେଳେ କଳାହାଣ୍ଡି ଓ ନୂଆପଡା ସିଏସ୍‌ପି କେନ୍ଦ୍ର ମାନେ ମଧ୍ୟ ବନ୍ଦ ରଖିଥିଲେ । ସୂଚନା ଥାଉ କି, ୭୭ତମ ସ୍ୱାଧୀନତା ଦିବସ ଦେଶ ପାଳନ କରୁଥିବା ବେଳେ ସିଏସ୍‌ପି ମାନଙ୍କର ସ୍ୱାଧୀନତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ୧୦ ରୁ ୧୧ ବର୍ଷ ପର୍ଯ୍ୟନ୍ତ ସିଏସ୍‌ପି ମାନେ ତାଙ୍କର ବ୍ୟାଙ୍କିଙ୍ଗ୍ ସେବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ବିମା ଯୋଜନା ମୁଖ୍ୟମନ୍ତ୍ରୀ ମମତା ଯୋଜନା ଏହି ଭଳି ବହୁତ ଗୁଡିଏ ସରକାରୀ ଯୋଜନାର ଟଙ୍କା ସିଏସ୍‌ପି କେନ୍ଦ୍ର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଦେଇ ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କର ସେବାକୁ ଅଣଦେଖା କରି ତାଙ୍କୁ ହଟାଇ ରାଜ୍ୟ ସରକାର ସିଏସ୍‌ପି ପ୍ଲସ୍ ମାଧ୍ୟମରେ ନୂଆ ଲୋକମାନଙ୍କୁ ବିଭିନ୍ନ ପଞ୍ଚାୟତ ମାନଙ୍କରେ ନିଯୁକ୍ତି କରିବା ପାଇଁ ଯେଉଁ ନିସ୍ପତ୍ତି ନେଇଛନ୍ତି ତାହା ମଧ୍ୟ ସିଏସ୍‌ପି ମାନଙ୍କ ପାଇଁ କ୍ଷତିକାରକ ହେବ । ଏଣୁ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଏସ୍‌ପି ମାନେ ଖବରକାଗଜ ମାଧ୍ୟମରେ ଅନୁରୋଧ କରୁଛନ୍ତି କି, ଉକ୍ତ ନିଷ୍ପତ୍ତିକୁ ପରିବର୍ତ୍ତନ କରି ସିଏସ୍‌ପି ମାନଙ୍କୁ ସିଏସ୍‌ପି ପ୍ଲସ୍ ନ କରି ସିଏସ୍‌ପି ଆଡପ୍ଟ ବା ପୋସ୍ୟ ସିଏସ୍‌ପି ହିସାବରେ ଗ୍ରହଣ କଲେ ସିଏସ୍‌ପି ମାନେ ଉପକୃତ ହେବା ସହିତ ସରକାରୀ ହିତାଧିକାରୀମାନେ ମଧ୍ୟ ଉପକୃତ ହେବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.