ନର୍ଲାରେ ୭୭ତମ ସ୍ବାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶର ୭୭ତମ ସ୍ବାଧିନତା ଦିବସ ପାଳନକୁ ନେଇ ଉତ୍ସବ ମୁଖର ହୋଇଉଠିଛି ନର୍ଲା। କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡିଆରେ ଆୟୋଜିତ ୭୭ତମ ରାଜ୍ୟସ୍ଥରୀୟ ସ୍ୱାଧୀନତା ସମାରୋହରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମାରୋହରେ ବିଡ଼ିଓ ବାସନ୍ତି ସେଠି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଏବିଡିଓ ଗୋବର୍ଦ୍ଧନ ମାଝୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ନର୍ଲା ବ୍ଲକରେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ପତାକା ଉତ୍ତୋଳନ କରିଥିବାବେଳେ, ଥାନାରେ ଆଇଆଇସି ଗଙ୍ଗାଧର ମେହେର, ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନଚାର୍ଯ୍ୟ ବୁଦ୍ଧଦେବ ନାଏକ, ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ପ୍ରିନସପାଲ ନାରାୟଣ ନାଏକ, +୨ କଲେଜରେ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ପେସିଫିକ ସ୍କୁଲରେ ବିଦ୍ୟାଳୟରେ ଚ୍ୟାୟାରମେନ ପ୍ରଶାନ୍ତ ନାଏକ, ବିଜେପି କାର୍ଯ୍ୟାଳୟରେ ପ୍ରଣତି ମହାନନ୍ଦ, ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ମାନଭଞ୍ଜନ ହୋତା, ନର୍ଲା କୃଷି କାର୍ଯ୍ୟାଳୟରେ ସହକାରୀ କୃଷି ଅଧିକାରୀଣୀ ସୁଜାତା ନାଏକ, ନର୍ଲା ବାର ଏସୋସିଏସନରେ ସଭାପତି ଚନ୍ଦ୍ରଶେଖର ଚାନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ତପିମଣି ଜାନି, ତହସିଲ ଅଫିସରେ ତହସିଲଦାର ଶଙ୍କର ବାଗ, ଗୋଷ୍ଠୀ ଚିକିତ୍ସାଳୟରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ, ହଟିକଲଚର ଅଫିସରେ ଏଏଚ ଓ ପ୍ରତିଭା ନାଏକ, ନର୍ଲା ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ନର୍ଲା ନୋଡାଲ ୟୁପି ସ୍କୁଲରେ ପ୍ରଧାନଶିକ୍ଷକ ନିର୍ମଳ ବାରିକ, ବଣିକ ସଂଘରେ ଆଇଆଇସି ଗଙ୍ଗାଧର ମେହେର ପତାକା ଉତ୍ତୋଳନ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.