ଜନ ଶିକ୍ଷଣ ସଂସ୍ଥାନ ତରଫରୁ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଗ୍ରାମଠାରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ତରଫରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀ ଆତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ବର୍ତମାନର ଯୁବପିଢ଼ି କିପରି ଭାବରେ ନିଜର କଳା କୃତିକୁ ଆଗକୁ ନେଇ ଦେଶର ବିକାଶର କିପରି କରିବେ ସେ ଉପରେ ଆଲୋକପାତ କରିଥିଲେ l ସମସ୍ତ ଯୁବଗୋଷ୍ଟି, ଛାତ୍ରଛାତ୍ରୀ ଦେଶ ନିର୍ମାଣରେ ସହଯୋଗ କରିବାପାଇଁ ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଏକ ଚାରାରୋପଣ ଓ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଜେତା ପ୍ରତିଯୋଗିତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ, କୋମ୍ପୁଟର ଅପରେଟର ଲିପାମଣୀ ନାଗ ପ୍ରମୁଖ ଉପସ୍ଥିତ ଥିଲେ l ଫିଲ୍ଡ ଆସିଷ୍ଟାଣ୍ଟ କ୍ଷୀରମଣୀ କୁମାର ଓ ସ୍ବେଛାସେବୀ  ଯଶୋବନ୍ତ ରଣା ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଯଶୋବନ୍ତ ରଣା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.