ନବ ପଲ୍ଲବ: ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନବପଲ୍ଲବ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଶିକ୍ଷାର୍ଥୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ନେହ,ଶ୍ରଦ୍ଧା,ଶୁଭେଚ୍ଛା ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ମୂଖ୍ଯ ବକ୍ତା ଭାବେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ଯାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ଅଧ୍ୟାପକ ମୋହନ ଚରଣ ବିଶି, ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାର୍ମଶ ଦେବା ସହ ଉଜ୍ଜ୍ବଳ ଭବିଷ୍ଯତ ଗଠନ ପାଇଁ ଦିଗଦର୍ଶନ କରିଥିଲେ। ଏହି ଅବସରରେ ଦ୍ବିତୀୟ ବର୍ଷ ଛାତ୍ରୀ ଶିବାନୀ ପୂଝାରୀ, ସୁରେଶ୍ବରୀ ନାଏକ, ଚୁଡାମଣି ତିୱାରୀ, ଯସମିନ୍ ନାଗ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନେ ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ। ଛାତ୍ର ବୈବସୂତ ବିନବର୍ଗିଆ ଓ ସଞ୍ଜୟ ନାଏକଙ୍କ ସଂଯୋଜନାରେ ଦ୍ବିତୀୟ ବର୍ଷ ଛାତ୍ରୀ ସୁରେଶ୍ବରୀ ନାଏକ, ଯସମିନ୍ ନାଗ, ଶିବାନୀ ପୂଝାରୀ, ଲିପ୍ସା ସାହୁ, ଝାନସି ନାଏକ, ଚୁଡାମଣି ତିୱାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରିଶେଷରେ ଯୋଗମାୟା ପାଣ୍ଡେ ଓ ବର୍ଷା ରାଣୀ ମେହେର ଧନ୍ଯବାଦ ଅର୍ପଣ କରିଥିଲେ। ଅଶୋକ ଚଣ୍ଡୀ ଓ ସାନୁର୍ଯ୍ୟ ଗୋପାଳ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.