ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ୱାଧୀନତାକୁ ୭୭ ବର୍ଷ ବିତି ଯାଇଥିବା ବେଳେ ଖଲ୍ଲିକୋଟ ବ୍ଲକ ବିବିଧ ସମସ୍ୟା ଦେଇ ଗତି କରୁଛି l ଖଲ୍ଲିକୋଟ ଏକ କୃଷି ଜୀବି ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ୭୫ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି l ତେବେ ଜଳସେଚନର ଅଭାବ ଯୋଗୁ ଅଧିକାଂଶ ଚାଷ ଜମି ପଡିଆ ପଡୁଛି l ବ୍ଲକ ଅଧିକାଂଶ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ଯୁବକମାନେ କାମ ଧନ୍ଦା ନ ପାଇ ରାଜ୍ୟ ବାହାରକୁ ଯାଇ ଦାଦନ ଶ୍ରମିକ ସାଜି ଅର୍ଥ ଉପାର୍ଜନ ବଦଳରେ ଶୋଷଣ ର ଶିକାର ହୋଇ ଶବ ହୋଇ ଫେରୁଛନ୍ତି l ଏପର୍ଯ୍ୟନ୍ତ ଏହି ବ୍ଲକ ରେ ୮୦ ଭାଗ ଲୋକ ବିଶୁଦ୍ଧ ପିଇବା ପାଣି ରୁ ବଂଚିତ l ବ୍ଲକ ରେ ଗୁଣାତ୍ମକ ଶିକ୍ଷା ର ଅଭାବ ସାଙ୍ଗକୁ ଉତ୍ତମ ଭିତ୍ତିଭୂମି ଅଭାବ ରୁ ପ୍ରତିବର୍ଷ ପ୍ରାୟ ୧୦ ଭାଗ ପିଲା ପାଠତ୍ୟାଗ କରିଥାନ୍ତି l ସେହିପରି ମହାବିଦ୍ୟାଳୟ ମାନଙ୍କରେ ଭିତ୍ତଭୂମି ଅଭାବ ସାଙ୍ଗକୁ ପୁରୁଣା କାଳିଆ ପାଠପଢା ପିଲାମାନଙ୍କୁ କର୍ମଧାରଣର ସୁଯୋଗରୁ ଛାତ୍ର ଛାତ୍ରୀ ମାନେ ବଂଚିତ ହେଉଥିବା ଦେଖିବାକୁ ମିଳୁଛି l ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ଆରସିଏମ କଲେଜ ରେ ସବୁ ସମ୍ମାନ ବିଭାଗରେ ପିଜି ଖୋଲିବା ସାଙ୍ଗକୁ ସ୍ୱୟଂଶାସିତ କଲେଜ ରେ ପରିଣତ କରିବା ପାଇ ଦାବି ହେଉଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ଯୋଗୁ ମହାବିଦ୍ୟାଳୟ ସ୍ୱୟଂଶାସିତ ହୋଇପାରୁନି l ଏହି କଲେଜରେ ବି ବି ଏ, ବି ଏଲ, ପରିସଂଖ୍ୟାନ, ଏମ ବି ଏ ଭଳି ପାଠ୍ୟକ୍ରମ ଖୋଲିବା ପାଇ ଦାବି ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନି l ଖଲ୍ଲିକୋଟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଇଣ୍ଡିଗ୍ରାଟେଡ଼ ବି. ଏଡ଼ ଖୋଲିବା ସାଙ୍ଗକୁ ଖଲ୍ଲିକୋଟ ରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା, ଖଲ୍ଲିକୋଟ ସରକାରୀ ଚାରୁ ଓ କରୁକଲା ମହାବିଦ୍ୟାଳୟ ରେ ଫେସନ ଟେକନୋଲୋଜି, ଅନିମେଷଣ ଓ ଫିଲ୍ମ ଫୋଟୋଗ୍ରାଫି ବିଭାଗ ଖୋଲିବା ସାଙ୍ଗକୁ ଇଣ୍ଟେରିଅର ଡେ଼କରେଟର ଡିପ୍ଲୋମା ପାଠ୍ୟକ୍ରମ ଖୋଲିବା ଦାବି ରହିଛି l ଏଣେ ଖଲ୍ଲିକୋଟ ରେ ବିଜୁଳି କାଟ କୁ ଆଖି ଆଗରେ ରଖି ଏକ 33/11 Kv ଗ୍ରୀଡ଼ ସବ ଷ୍ଟେସନ ଖୋଲିବା ଓ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ଆସିକା କୁ ଜାତୀୟ ରାଜପଥ ରେ ପରିଣତ କରିବା, ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ତରୀୟ ଚିକିଛାଳୟ ରେ ପରିଣତ କରି ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା, ଖଲ୍ଲିକୋଟ ସହର କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମେତ ଖଲ୍ଲିକୋଟ ର ପର୍ଯ୍ୟଟନ ଭିତିଭୂମି ର ବୃଦ୍ଧି ପାଇଁ ଓଡିଶା ର ଦ୍ୱିତୀୟ ବୃହତମ ଜଗନ୍ନାଥ ମନ୍ଦିର, ନିର୍ମଲଝର ଝାଡ଼େଶ୍ୱର ନାରାୟଣୀ, ଚିଲିକାରେ ଥିବା ଗୁପ୍ତେଶ୍ୱର ମନ୍ଦିରର ରୂପାନ୍ତରିକରଣ ସାଙ୍ଗକୁ ବ୍ଲକର ସମସ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ପ୍ରଶସ୍ତ ରାସ୍ତା ନିର୍ମାଣ ସାଙ୍ଗକୁ ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ମର୍ଦରାଜ ଟାଉନ ହଲକୁ ଏକ ଆଧୁନିକ ପ୍ରେଖ୍ୟାଳୟରେ ପରିଣତ କରିବା ସାଙ୍ଗକୁ ଖଲ୍ଲିକୋଟ ସରସ ସୁନ୍ଦର କରିବା ପାଇଁ ମୁଖ୍ୟ ରାସ୍ତାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ସାଙ୍ଗକୁ ସ୍ବର୍ଗତ ରାଜା ବହାଦୁର ହରିହର ମର୍ଦରାଜ, ରାମଚନ୍ଦ୍ର ମର୍ଦରାଜ ଓ ପଣ୍ଡିତ ଜ୍ୟୋତିଷ ବାଇ କୋଳି ବିଶାରଦଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସାଙ୍ଗକୁ ଖଲ୍ଲିକୋଟ ଠାରେ ତୁରନ୍ତ ଜମି ନିରୂପଣ କରି ଏକ ପୂର୍ଣ୍ଣାଙ୍ଗ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ପାଣ୍ଡିଆନଙ୍କ ଖଲ୍ଲିକୋଟ ଗସ୍ତ ବେଳେ ତାଙ୍କର ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗିରହିବା ସାଙ୍ଗକୁ ଆଲୋଚନା ଜୋର ଧରିଛି l