ରୋଗଗ୍ରସ୍ତ ଗୀତାଞ୍ଜଳିଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୀର୍ଘଦିନ ଧରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମ ସୁରାସାହିର ରୋଗଗ୍ରସ୍ତ ମହିଳା ଗୀତାଞ୍ଜଳି ତିନୋଟି ପିଲାଙ୍କୁ ନେଇ ଛଟପଟ ହେଉଥିବା ବେଳେ ସହାୟତାର ହାତ ବଢ଼ିଇଛନ୍ତି ସମାଜସେବୀ ଭୋକଲି ସେଠି l ପ୍ରକାଶ ଥାଉକି ଗତ ଦୁଇ ବର୍ଷ ତଳେ ଗୀତାଞ୍ଜଳୀଙ୍କ ସ୍ୱାମୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ପରିବାର ବୋଝରେ ଭାରାକ୍ରାନ୍ତ ହୋଇ ମାନସିକ ଭରସାମ୍ୟ ହରାଇବା ପରେ ପାଗଳ ହୋଇ ଚାଲି ଯାଇଥିଲା l ସେହିଦିନ ଠାରୁ ଗୀତାଞ୍ଜଳି ତିନୋଟି ସନ୍ତାନଙ୍କୁ ଦୁଇ ଓଳି ଦିମୁଠା ଆହାର ଦେବାକୁ ଦିନରାତି ଏକ କରି ପରିଶ୍ରମ କରୁଥିବା ବେଳେ ହଠାତ ଗତ ଚାରି ମାସ ହେଲା ଦୁରାରୋଗ୍ୟର ଶିକାର ହେବା ପରେ ପିଲାଙ୍କ ଖାଇବା ପିଇବାରେ ସଙ୍କଟ ଦେଖାଦେଲା l ସମାଜସେବୀ ଅହଲ୍ୟା ଜେନା ଓ ଗ୍ରାମବାସୀଙ୍କ ସହାୟତାରେ ମେଡିକାଲରେ ଚିକିତ୍ସା ଓ ପିଲାମାନଙ୍କ ଖାଇବା ବ୍ୟବସ୍ତା କରିଥିଲେ l ତଥାପି ଏବେବି ଗୀତାଞ୍ଜଳି ରକ୍ତହୀନତା ରୋଗରେ ପୀଡିତ ହୋଇ ଘରେ ପଡି ରହିଛି l ରବିବାର ଦିନ ସମାଜସେବୀ ତଥା କଂଗ୍ରେସ ନେତା ଭୋକଲି ସେଠି ଗୋଟାଞ୍ଜଳୀଙ୍କ ଘର ଲଙ୍ଗଳେଶ୍ୱର ଠାରେ ପହଂଚି ପରିବାର ବିଭିନ୍ନ ସମସ୍ୟା ବୁଝିବା ସହ ନାରାୟଣୀ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଗଣ୍ଡପଲ୍ଲୀ ଠାରେ ଥିବା ଆଦର୍ଶ ଗୁରୁକୁଳ ବିଦ୍ୟାଳୟରେ ମାଗଣା ପାଠ ପଢା, ପୋଷାକ, ଖାଇବା ପିଇବା ଦେଇ ଉଚ୍ଚତ୍ତର ଶିକ୍ଷା ପର୍ଯ୍ୟନ୍ତ ପାଠ ପଢାଇବା ଉଦେଶ୍ୟରେ ଗ୍ରାମର ଭଦ୍ରବ୍ୟକ୍ତି ଓ କାଇରାଶିର ପୂର୍ବତନ ସରପଞ୍ଚ ଅଜୟ କୁମାର ପଣ୍ଡା ଓ ପୂର୍ଣ୍ଣ ଚନ୍ଦ୍ର ସାହୁ, ସମାଜସେବୀ ଅହଲ୍ୟା ଜେନା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ସମାଜସେବୀ ଶ୍ରୀ ସେଠି ପ୍ରତିଶୃତି ଦେଇଥିଲେ l ସହାୟତାର ହାତ ବଢ଼ିଇବା ପାଇଁ ଅସହାୟ ଗୀତାଞ୍ଜଳି କୃତଜ୍ଞତା ଜଣାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ଏଯାବତ କୌଣସି ସରକାରୀ କର୍ମକର୍ତା କିମ୍ବା କୌଣସି ରାଜନେତା ମାନେ କିଛି ସହାୟତା ଯୋଗାଇ ନ ଥିବା ପ୍ରକାଶ l କେବଳ ମାସିକ ମିଳୁଥିବା ଚାଉଳରେ ପରିବାର ଚାଲେ ବୋଲି କହିଛନ୍ତି ଗୀତାଞ୍ଜଳି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.