ଚିକିଲିରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ ତାଲିମ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି କଲ୍ୟାଣ ମଣ୍ଡପ ପରିସରରେ ଉଦ୍ୟାନ ବିଭାଗ ତରଫରୁ ଅଞ୍ଚଳ ର କୃଷକ ମାନଙ୍କୁ ନେଇ ଏକ ଉଦ୍ୟାନ କୃଷି କର୍ମଶାଳା ଓ କୃଷକମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବର ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ କର୍ମଶାଳାରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧନ ଭଳି ଉଦ୍ୟାନ ଚାଷ ଉପରେ ଚାଷୀ ମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଚିକିଲି ସରପଞ୍ଚ ନୟନୀ ପ୍ରଧାନ,ସମିତି ସଭ୍ୟ କୁମାରୀ ଦାସ ବାଣିଆ ସମିତି ସଭ୍ୟ ରଂଜିତା ପ୍ରଧାନ ଓ ତାଲାପଡା ପ୍ରାକ୍ତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଖଲ୍ଲିକୋଟ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବେହେରା କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କୃଷକ ମାନେ ଆଧୁନିକ ଜ୍ଞାନ କୌଶଳ ସହ ସଂଶ୍ଲିଷ୍ଟ ହେବାକୁ ପରାମର୍ଶ ଦେଇଥିଲେ। ଛତ୍ରପୁର ସହକାରୀ କୃଷି ଉଦ୍ୟାନ ଅଧିକାରୀ ସନ୍ତୋଷ କୁମାର ବଢ଼େଇ, ବେଗୁନିଆପଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଭାଶିଷ ପାତ୍ର, ହିଞ୍ଜିଳିକାଟୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଶୋକ କୁମାର ପାଇକରାୟ, ଖଲ୍ଲିକୋଟ ବ୍ଲକ ସହକାରୀ କୃଷି ଅଧିକାରୀ ଓ ଭାରପ୍ରାପ୍ତ ଏଡିଓ ଦୀପକ କୁମାର ନାୟକ, ପୁରୁଷୋତ୍ତନପୁର ସହକାରୀ କୃଷି ଉଦ୍ୟାନ ଅଧିକାରୀ ଉଦୟନାଥ ଧର ପ୍ରମୁଖ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଗୋ ସୁଗମ ସମନ୍ୱିତ ଉଦ୍ୟାନ କୃଷି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୋ ଯୋଜନା ସମ୍ପର୍କରେ ଉପସ୍ଥିତ ପୁରୁଷ ଓ ମହିଳା ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.