ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ସାରା ଦେଶ ଉତ୍କଣ୍ଠାର ସହ ଚାହିଁ ବସିଥିବା ବେଳେ ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଆଜି ୨୩ ଅଗଷ୍ଟ ବୁଧବାର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ୟୁପି ସ୍କୁଲର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ସବୁଦିନ ଭଳି ପ୍ରାର୍ଥନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସା ଚନ୍ଦ୍ରଯାନ-୩ ବିଷୟରେ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଧିର ରାଉତ, ଦୟାନିଧି ପଧାନ, ବାସୁଦେବ ବାଗ, ବଳଭଦ୍ର ହରିଜନ, କିଶୋର ତ୍ରିପାଠୀ, ବାବୁ ପାଢ଼ୀ, ଶିକ୍ଷୟତ୍ରୀ ବିଦ୍ୟାଭାରତୀ ମହାରଣା ପ୍ରମୁଖ ଉପସ୍ଥିତ ରହି ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଛାତ୍ରଛାତ୍ରୀଙ୍କ ସହ ଶୁଭ ମନାସୀ ପ୍ରାର୍ଥନା କରିଥିଲେ । ସରିଆଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଏଭଳି ରାଷ୍ଟ୍ର ଭକ୍ତିକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଭୂୟସୀ ପ୍ରଶଂସା କରୁଥିବା ଜଣାପଡ଼ିଛି ।