ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମିପୂଜା ତଥା ଶୁଭଖମ୍ବ ସ୍ଥାପନ କରାଯାଇଛି l ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ରଣା ଓ ତାଙ୍କ ଧର୍ମପତ୍ନୀ ସିନ୍ଧୁସୁତା ରଣା କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରୁଦ୍ରଦେବ ଦାସ ଓ ମଧୁସୂଦନ ଦାସ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l ମନ୍ଦିର ନିର୍ମାଣ କମିଟି ସଭାପତି ଶିବଲାଲ କେଡ଼ିଆ, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ଉପସଭାପତି କ୍ଷୀରସାଗର ରଣା, ଯୁଗ୍ମ ସମ୍ପାଦକ ନନ୍ଦକିଶୋର ରଣା, ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ସିନୁ ବେହେରା, ଅଶୋକ ତ୍ରିପାଠୀ, ନାରାୟଣ ରଣା, କମ୍ବୁପାଣି ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ l ସଂକୀର୍ତନ, ଘଣ୍ଟ ବାଦ୍ୟ ତାଳେ ତାଳେ ଭୂମିପୂଜା ଅନୁଷ୍ଠିତ ହୋଇଥିଲା l