ଲାଞ୍ଜିଗଡ଼ ବ୍ଲକ୍ : ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମଲେଖାକୁ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଆଇଓଏସ୍)ରେ ନାମଲେଖାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ନେଇ ଏକ ଅଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଦ୍ରୋଣ ରଣା ଓ ଭାରତ ଭୂଷଣ ସାହୁ ଯୋଗଦେଇ ନାମଲେଖା ପ୍ରକ୍ରିୟାର ସମୀକ୍ଷା କରିଥିଲେ। ଏସ୍ଆଇଓଏସରେ ନାମ ଲେଖାଇ ସୁବିଧାରେ ମେଟ୍ରିକ ପାସ୍ କରିବାର ସୁଯୋଗ ନେବାକୁ ଚତୁର୍ଥ ଶ୍ରେଣୀ କିମ୍ବା ପରେ ଅଧାରୁ ପଢ଼ା ଛାଡିଥିବା ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଅନୁରୋଧ କରାଯାଇଛି। ମେଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା କିମ୍ବା ଫେଲ୍ ହୋଇଥିବା ପିଲାମାନେ ଏହି ସୁଯୋଗର ଲାଭ ଉଠାଇ ପାରିବେ। ମେଟ୍ରିକ ଫେଲ୍ ପିଲା କେବଳ ଫେଲ ହୋଇଥିବା ବିଷୟରେ ପରୀକ୍ଷା ଦେବେ। ନିକଟସ୍ଥ ହାଇସ୍କୁଲ ସହ ଯୋଗାଯୋଗ କରି ସଂପୂର୍ଣ୍ଣ ମାଗଣାରେ ଏଥିରେ ନାମ ଲେଖାଇ ନିଜ ସୁବିଧା ଅନୁଯାୟୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପରୀକ୍ଷା ଦେଇ ପାସ କରିପାରିବେ। ଏଥିପାଇଁ ଅଗଷ୍ଟ ୩୧ ଶେଷ ତାରିଖ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.