ଭାରତର ଚନ୍ଦ୍ରଯାନ ସଫଳତାରେ ଜଳୁଛି ବ୍ରିଟେନ: ଟୁଇଟରରେ ଲାଗିଲା ବାକ୍ ଯୁଦ୍ଧ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବା ପରେ ଅନେକ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପକ୍ଷେ ଭାରତର ଏହି ସଫଳତାରେ ଅନେକ ଦେଶ ଇର୍ଷାରେ ଜଳୁଛନ୍ତି ମଧ୍ୟ । ଚନ୍ଦ୍ରଯାନର ସଫଳତା ପରେ ବ୍ରିଟେନ ଅସୂୟା ମନୋଭାବ ଏବେ ପଦାକୁ ଆସିଛି ।ଏହାକୁ ନେଇ ଟୁଇଟରରେ ମୁହାଁମୁହିଁ ହୋଇଛନ୍ତି ବ୍ରିଟେନ ଓ ଭାରତୀୟ ୟୁଜର୍ସ । ବ୍ରିଟେନକୁ କଡା ଜବାବ ଦେଇଛନ୍ତି ଭାରତୀୟ ୟୁଜର୍ସ ।

Omkar Vasthu
Omkar Vasthu

ବ୍ରିଟେନର ଜଣେ ଟିଭି ଆଙ୍କର ଏହାକୁ ନେଇ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି । ଭାରତର ବିଦେଶୀ ସହାୟତା ପ୍ରସଙ୍ଗକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।  ସେଠିକାର ଜିବି ନ୍ୟୁଜର ଉପସ୍ଥାପକ ପ୍ୟାଟ୍ରିକ କ୍ରିଷ୍ଟିସ  ଚନ୍ଦ୍ରଯାନ-୩ ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ କହିଛନ୍ତି,ଭାରତ ଏଣିକି ଆଉ ବିଦେଶୀ ସହାୟତା ମାଗିବା ଉଚିତ ନୁହେଁ ।

Pearl dental clinic
Near Ashish Medical Store, Bhawanipatna

ଖାଲି ସେତିକି ନୁହେଁ,ସେ କହିଛନ୍ତି ଭାରତ ୨୦୧୬ରୁ ୨୦୨୧ ମଧ୍ୟରେ ନେଇଥିବା ୨.୩ ବିଲିୟନ ପାଉଣ୍ଡ ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୨୪ ହଜାର ପାଉଣ୍ଡ ତାକୁ ଫେରାଇ ଦେବା ଉଚିତ । ଏପରିକି ଆସନ୍ତା ବର୍ଷ ଭାରତକୁ ମିଳିବାକୁ ଥିବା ୫୭ ନିୟୂତ ପାଉଣ୍ଡ ସହାୟତାକୁ ମଧ୍ୟ ସ୍ଥଗିତ ରଖାଯିବା ଉଚିତ ବୋଲି ସେକହିଛନ୍ତି ।

Udyog Nursery
Udyogi Nursery

ଆଙ୍କର ଜଣକ ଆହୁରି କହିଛନ୍ତି, ଭାରତରେ ଏବେ ୨.୯କୋଟି ଲୋକ ଗରିବ ଅଛନ୍ତି ଯାହା ଜାତିଂସଘ ରିପୋର୍ଟ ଅନୁସାରେ ବିଶ୍ୱରେ ସର୍ବାଧିକ । ସେପଟେ ଭାରତ ବିଶ୍ୱର ଶ୍ରେଷ୍ଠ ୫ମ ଅର୍ଥବ୍ୟବସ୍ଥା ପାଲଟିଛି । ଭାରତ ନିଜ ଦେଶର ଗରିବି ହଟାଇବାକୁ ଚେଷ୍ଟା କରୁନି ।ଏପରି କ୍ଷେତ୍ରରେ ଅନ୍ୟ ଦେଶମାନେ ସହାୟତା କରିବାର କିଛି ମାନେ ନାହିଁ ।

ଆଙ୍କର ଜଣକ ନିଜର ଏହି କ୍ଲିପକୁ ସେ ଏକ୍ସ ବା ଟ୍ୱିଟରେ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟକୁ ଅନେକ ୟୁଜର୍ସ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଅବଶ୍ୟ ଭାରତୀୟ ଟୁଇଟର ୟୁଜର୍ସମାନେ ସେମାନଙ୍କୁ ବି କଡା ଜବାବ ଦେଇଥିଲେ । ସେମାନେ କହିଥିଲେ, ବ୍ରିଟେନ ଭାରତଠାରୁ ଲୁଟିଥିବା ୪୪ ଟ୍ରିଲିୟନ ଡଲାର ଏବଂ କୋହିନୁର ହୀରା ପ୍ରଥମେ ଫେରାଇବା ଉଚିତ । ଆଉଜଣେ ୟୁଜର କହିଛନ୍ତି, ବ୍ରିଟେନ ଏହି ୪୪ ଟ୍ରିଲିୟନରୁ ୨.୩ ବିଲିୟନ ଡଲାର କାଟି ବାକିତକ ଫେରାଇ ଦେଉ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.