ଅଗଷ୍ଟ ୨୫ରୁ ସୁବର୍ଣ୍ଣପୁର ସିନିୟର ଫୁଟବଲ ଲିଗ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସୁବର୍ଣ୍ଣପୁର ସିନିଅର ଫୁଟବଲ ଲିଗ-୨୦୨୩ ଅଗଷ୍ଟ ୨୫ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ। ଜିଲ୍ଲାର ସୋନପୁର, ବିନିକା, ତରଭା, ଉଲୁଣ୍ଡା, ଵୀରାମହରାଜପୁର, ଡୁଙ୍ଗୁରିପାଲି ଏବଂ ସୋନପୁର ପୌର ପରିଷଦକୁ ନେଇ ୭ ଗୋଟି ଜୋନ ରେ ଏହା ବିଭକ୍ତ କରାଯାଇଛି। ଜୋନ ସ୍ତରରେ ଏହି ମ୍ୟାଚ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଏଥିରେ ମୋଟ ୮୩ ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଜୋନ ସ୍ତରରେ ଚମ୍ପିୟନ ଦଳକୁ ନେଇ ସମସ୍ତ ଲିଗ ମ୍ୟାଚ ସେପ୍ଟେମ୍ବର ୬ ତାରିଖରୁ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୫ ତାରିଖ ପ୍ରଥମ ସେମିଫାଇନାଲ ଏବଂ ୧୬ ତାରିଖ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ସୋନପୁର ରୟାଲ ପଡିଆ ରେ ଅନୁଷ୍ଠିତ ହେବ। ଏବଂ ସେପ୍ଟେମ୍ବର ୧୭ ତାରିଖ ଦିନ ସୋନପୁର ରୟାଲ ପଡିଆରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ମଝିପଡ଼ା କାଳୀପୂଜା ମଣ୍ଡପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି। ଜିଲ୍ଲା କ୍ରୀଡ଼ା ସଙ୍ଘ ଉପସଭାପତି ଚିତ୍ତରଞ୍ଜନ ତାରାସିଆ, ସମ୍ପାଦକ ପିୟୁଷ ପଣ୍ଡା, ଫୁଟବଲ ସମ୍ପାଦକ ରାଜୀବ ସାହୁ ଉପଦେଷ୍ଟା କଇରୁ ସ୍ୱାଇଁ, ଗୌରୀଶ୍ୟାମ ପଣ୍ଡା, ପୁରୁଷୋତ୍ତମ ପାଣିଗ୍ରାଗହୀ, ବଳରାମ ପଟ୍ଟନାୟକ, ଗତିକୃଷ୍ଣ ମିଶ୍ର, ଦିଗାମ୍ବର ଶତପଥୀ, ଦିଲ୍ଲୀପ ଗୁରୁ, କୃଷ୍ଣ ଚନ୍ଦ୍ର ବାଘ, କମଳାକାନ୍ତ ସାହୁ ପ୍ରମୁଖ ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ। ବିକାଶ ପଣ୍ଡା, ରାଜୀବ ପଟ୍ଟନାୟକ, ଲଡ଼ୁ ମଲ୍ଲିକ, ଚନ୍ଦନ ପ୍ରମୁଖ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.