ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ଵାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମଦିନି ମୁଦୁଲିଙ୍କ ତତ୍ତ୍ଵାବଧାନରେ କମିଟିର ପ୍ରଫେସର୍ ନିଲାମ୍ୱର ଶତପଥୀ, ଅବକାଶ ମିଶ୍ର ଓ ରାଜୀବ ଲୋଚନ ଗୁରୁ ପ୍ରମୁଖ ଉକ୍ତ କାରାଗାରକୁ ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ଵନ୍ଦରେ ଥିବା ଶିଶୁ ଚିହ୍ନଟ କରିଥିଲେ। କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ ପାଇ ନ ଥିଲେ। ଉକ୍ତ ପରିଦର୍ଶନ ସମୟରେ ଉପକାରାଗାରର ଅଧ୍ୟକ୍ଷ ଡିଲେଶ୍ୱର ଜେନା ସହଯୋଗ କରିଥିଲେ।