ବଜ୍ରାଘାତରେ ଗୋଟିଏ ପରିବାରର ୫ ଆହତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଳା ଗ୍ରାମର ଗୋଟିଏ ପରିବାରର ପାଞ୍ଚ ଜଣ ବଜ୍ରାଘାତରେ ଆହତ ହୋଇଥ‌ିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ୪ ମହିଳା ଓ ଜଣେ ନାବଳିକା ରହିଛନ୍ତି। କାଉଡୋଲା ଗାଁର ଡ଼ଙ୍ଗରିପଡ଼ା ପାଖରେ ରହୁଥ‌ିବା ସ୍ଵର୍ଗତ କୁଶ ସରାବୁଙ୍କ ପରିବାର ଲୋକେ ଘରେ ଥ‌ିବା ସମୟରେ ଏହି ଅଘଟଣ ଘଟିଛି। ବଜ୍ରାଘାତ ଯୋଗୁଁ ଘରର ଆଜବେଷ୍ଟ ଫାଟି ଥିବା ବେଳେ ବ୍ୟବହାରୀ କପଡାରେ ନିଆଁ ଲାଗିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ଆହତମାନେ ହେଲେ, ସାବେତ୍ରି ସରାବୁ, କମଳା ସରାବୁ,  ପିତାମ୍ବର ସରାବୁ, ଉର୍ମିଳା ସରାବୁ, ଗୋମତୀ ସରାବୁ ବୋଲି ଜଣାପଡିଛି। ପ୍ରାଥମିକ ଚିକିତ୍ସାରୁ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାବେଳେ ସାବେତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.