ଖଲ୍ଲିକୋଟରେ ସ୍ୱୟତ୍ତ ଶାସନ ଦିବସ

୧୭ ମାସରେ ୧୭ କୋଟିର ବିକାଶ ବଖାଣିଲେ ନଗରପାଳ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା ପତାକା ଉତ୍ତୋଳନ କରି ପୂର୍ବର ସବୁ ରେକର୍ଡ ଭାଙ୍ଗି ନୂତନ କାଉନସିଲ ଗଠନର ମାତ୍ର ୧୭ ମାସ ପରେ ଖଲ୍ଲିକୋଟ ଏନଏସିରେ ରାସ୍ତାଘାଟ, ପକ୍କା ନାଳ, ମୁକ୍ତାକାଶ ଜିମ ଓ ଶୌଚାଳୟ, ସ୍ମାର୍ଟ ଶ୍ମଶାନ, ସ୍ମାର୍ଟ ପୋଖରୀ ଓ ସେଲ୍ଫି ପୈଂଟ ସମେତ ଜଗନ୍ନାଥ ଦେଉଳ, କଲ୍ୟାଣ ମଣ୍ଡପ, ବର୍ଷା ଜଳ ସଂରକ୍ଷଣ, ପରିଷଦର କୋଠାବାଡି ନିର୍ମାଣ, ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଏମସିସି, ଏମଏଫସି ପ୍ଲାଣ୍ଟ ନିର୍ମାଣ ସହ ସହରରେ ଥିବା ବିଭିନ୍ନ ମଠ ମନ୍ଦିରକୁ ଆଲୋକୀକରଣ କରାଯିବ। ଏଥିସହ ସହରର ବିକାଶ ପାଇଁ ଅନୁଦାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ଖଲ୍ଲିକୋଟ ରାଣୀ ସୁଜ୍ଞାନୀ କୁମାରୀ ଦେଓ ଏବଂ ଭିଅକେ ପାଣ୍ଡିଆନ ସହଯୋଗର ହାତ ବଢ଼ାଇଥିବା ପ୍ରକାଶ କରି ଖଲ୍ଲିକୋଟ ଏନଏସିକୁ ଶ୍ରେଷ୍ଠ ଏନଏସି ଭାବେ ଗଢି ତୋଳିବା ପାଇଁ ଖଲ୍ଲିକୋଟବାସୀଙ୍କ ସହଯୋଗ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଲିଲି ସାହୁ, ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ସମେତ ସମସ୍ତ କାଉନସିଲର ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସ୍ୱାୟତ୍ତ ଶାସନ ଅବସରରେ ମହାତ୍ମା ଗାନ୍ଧୀ ଓ ରାଜା ରାମଚନ୍ଦ୍ର ମର୍ଦରାଜଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ କରିଥିବା ବେଳେ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.