୩୭ ବର୍ଷ ପରେ ବିଶ୍ୱନାଥନଙ୍କୁ ହଟେଇ ଗୁକେଶ ହେଲେ ଭାରତର ଏକ ନମ୍ବର ଚେସ ଖେଳାଳି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୩୭ ବର୍ଷ ପରେ ଭାରତୀୟ ଚେସର ମହାନ ତାରକା ବିଶ୍ୱନାଥନ ଆନନ୍ଦଙ୍କୁ ହଟେଇ ଡୋମାରାଜୁ ଗୁକେଶ ହୋଇଛନ୍ତି ଭାରତର ଏକ ନମ୍ବର ଖେଳାଳି । ପୂର୍ବରୁ ଏହା ହେବ ବୋଲି ଜଣା ପଡୁଥିଲେ ମଧ୍ୟ ଶୁକ୍ରବାର ଫିଡେ ର‌୍ୟାଙ୍କିଙ୍ଗରେ ଏହା ଅଫିସିଆଲ ଭାବେ ସ୍ପଷ୍ଟ ହୋଇଛି । ଗୁକେଶ ୨୭୫୮ ରେଟିଂ ପଂଏଟ ସହ ବିଶ୍ୱରେ ୮ ନମ୍ବର ସ୍ଥାନ ହାସଲ କରିଛନ୍ତି । ଆନନ୍ଦ ୨୭୫୪ ପଂଏଟ ସହ ତାଙ୍କ ପଛକୁ ରହିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରମେଶବାବୁ ପ୍ରଜ୍ଞାନନନ୍ଦ ୧୯, ଭିଦିତ ଗୁଜରାଥୀ ୨୭ ଓ ଅର୍ଜୁନ ଇରିଗେଇସି ୨୯ତମ ସ୍ଥାନରେ ରହିଛନ୍ତି । ଗୁକେଶ ଏବେ ଟପ ଟେନ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଜୁଲାଇ ୧୯୮୬ ପରଠାରୁ ବିଶ୍ୱନାଥନ ଆନନ୍ଦ ଭାରତର ଏକ ନମ୍ବର ଖେଳାଳି ହୋଇ ରହି ଆସିଥିଲେ । ଗୁକେଶ ତାଙ୍କୁ ହଟେଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନରୱେର ମାଗ୍ନନ କାର୍ଲେସନ(୨୮୩୯), ଆମରିକାର ଫାବିୟନା କାରୁଆନା(୨୭୮୬) ଓ ହିକାରୁ ନାକାମୁରା(୨୭୮୦) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.