ରଘୁନାଥପୁର ବ୍ଲକରେ ଯୁବ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ରଘୁନାଥପୁର: ଆଗାମୀ ସେପ୍ଟେମ୍ବର ୧୫ ତାରିଖରେ ବିଜୁ ଯୁବ – ଛାତ୍ର ଜନତା ଦଳର ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହାକୁ ନେଇ ରଘୁନାଥପୁର ବ୍ଲକ ପ୍ରମିଳା ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ବ୍ଲକ ଯୁବ ବିଜେଡ଼ି ସଭାପତି ଜୋସେଫ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର ସ୍ଵାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା ମୁଖ୍ୟମନ୍ତ୍ରୀଙ୍କ ଲୋକହିତକର ଯୋଜନା ସହ ଆଗାମୀ କର୍ମଶାଳାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।ରଘୁନାଥପୁର ବ୍ଲକ ବିଜେଡ଼ି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା,ଜିଲ୍ଲା ଛାତ୍ର ବିଜେଡି ସଭାପତି ଇ° ସମିତ କୁମାର ଲେଙ୍କା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ସୌମ୍ୟଜିତ ମହାପାତ୍ର, ଜିଲ୍ଲା ବିଜେଡ଼ି ବରିଷ୍ଠ ଉପସଭାପତି ଅଶ୍ୱିନ ଦାସ, ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦୀପ୍ତ ଭୂୟାଁ, ଜିଲ୍ଲା ପରିଷଦ ସଦସ୍ୟା ରୀନାରାଣୀ ମଲ୍ଲିକ, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଶୁଭ୍ରକାନ୍ତ ଜେନା ପ୍ରମୁଖ ଯୋଗଦେଇ ଅଭିଭାଷଣ ରଖିଥିଲେ । ଶେଷରେ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ମାନସ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, କୁଞ୍ଜବିହାରୀ ସ୍ୱାଇଁ,ପ୍ରଶାନ୍ତ ସେଠୀ, ଦିଲ୍ଲୀପ ବେହେରା, ପ୍ରତାପ ପଟ୍ଟନାୟକ, ସଞ୍ଜୟ ବେହେରା, ବସନ୍ତ ବାରିକ, ମନୋରଞ୍ଜନ ରଣା, ରାଜକିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.