ସଇଁତଲାରେ ନବରାତ୍ର ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ଦୁର୍ଗାମଣ୍ଡପ ପରିସରରେ ସାର୍ବଜନୀନ ନବରାତ୍ର ଦୂର୍ଗାପୂଜା ରୌପ୍ୟ ଜୟନ୍ତୀ କମିଟିର ସ୍ଥାୟୀ ସଭାପତି ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ବରେ ରୌପ୍ୟ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ନବରାତ୍ର ଦୂର୍ଗାପୂଜାକୁ ୨୫ ବର୍ଷ ପୂର୍ତ୍ତ ହେଉଥିବା ଅବସରରେ ରୌପ୍ୟ ଜୟନ୍ତୀ ମହାଆଡମ୍ବର ସହ ପାଳନ କରିବା ପାଇଁ କମିଟି ନିଷ୍ପତି ନେଇଅଛି। ଏଥିରେ କମିଟି ସମ୍ପାଦକ ସୁବୋଧ ମିଶ୍ର, ପୂର୍ଵତନ ସମ୍ପାଦକ ସୁବାସ ରଥ ଓ ସ୍ମରଣିକା ସମ୍ପାଦକ ପ୍ରଦୀପ ଜାଲ ଉପସ୍ଥିତ ଥିଲେ l ଗତ ବର୍ଷରେ 13 ଲକ୍ଷ 84 ହଜାର 8 ଶହ 78 ଟଙ୍କା ଆୟ ହୋଇଥିବା ବେଳେ 11 ଲକ୍ଷ 29 ହଜାର 8 ଶହ 85 ଟଙ୍କା ବ୍ୟୟ ହୋଇଅଛି l ଏଥିରେ 2 ଲକ୍ଷ 54 ହଜାର 993 ଟଙ୍କା ବଳକା ପଡ଼ିଥିବା ସମ୍ପାଦକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ l ଏହି ନବରାତ୍ର ପୂଜାର ପ୍ରଥମ ଦିନରେ ଏକ ସ୍ମରଣୀକା ଉନ୍ମୋଚନ କରିବା ପାଇଁ ଧାର୍ଯ୍ୟ କରଯାଇଛି। ଚଳିତ ବର୍ଷ ପଞ୍ଚ କୁଣ୍ଡିଅ ମହାଯଜ୍ଞ କରିବା ପାଇଁ ମୂଖ୍ୟ ପୂଜକ ରାଧାକାନ୍ତ ତ୍ରିପାଠି ପ୍ରସ୍ତାବ ଦେଇଥିଲେ l ଏହି ପୂଜା ପାଇଁ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଏଥିରେ ଭୋଗ ଖାଦ୍ୟ କମିଟି, ମନୋରଞ୍ଜନ, ପୁଜା, ପ୍ରଚାର ପ୍ରସାର, ଅଭ୍ୟର୍ଥନା , ଶୃଙ୍ଖଲା, ଅର୍ଥ କମିଟି ଗୁଡିକ ଗଠନ କରଯାଇଥିଲା । ଏପରିକି ଭଜନ ସନ୍ଧ୍ୟା, ଅପେରା, କଂସ ଦରବାରରେ କଂସ ମହାରାଜ ହୃଷିକେଶ ଭୋଇ, ମିନାବଜାର ସହିତ ବିଭିନ୍ନ ସଂସ୍କୃତିକ କାଯ୍ୟକ୍ରମ ପରିବେଷଣ ହେବ l ଶ୍ରୀରାମଜି ବାବା ଘଣ୍ଟପାର୍ଟି ଦ୍ୱାରା କଳସ ଯାତ୍ରା ଓ ସନ୍ଧ୍ୟାରେ ଆଳତୀ କାର୍ଯ୍ୟକ୍ରମ କରିବା ପାଇଁ କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ କମିଟିର କର୍ମକର୍ତ୍ତା ସହ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.